Live Tv

Live Tv

ଲଗାଣ ବର୍ଷାରେ ମନ୍ଦିର ଉପରେ ଖସିଲା ପଥର

 ଭଞ୍ଜନଗର: ଲଗାଣ ବର୍ଷାରେ ପାହାଡ଼ରୁ ଖସିଲା ପଥର। ଭାଙ୍ଗିଲା ଶନି ମନ୍ଦିର। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ କୁଲାଡ ସ୍ଥିତ ଐତିହାସିକ ଉପର-ବାଗଦେବୀ ମନ୍ଦିରକୁ ଲାଗିଥିବା ପାହାଡ଼ରୁ ଖସିଲା ବିରାଟକାୟ ପଥର । ଫଳରେ ବାଗଦେବୀଙ୍କ ମନ୍ଦିରକୁ ଲାଗି ରହିଥିବା ଶନି ଦେବଙ୍କ ମନ୍ଦିର ଭାଙ୍ଗିଯାଇଛି ।


ପଥର ପଡ଼ିବାରୁ ମନ୍ଦିରର କିଛି ଅଂଶ ଏବଂ ରେଲିଂ ଭାଙ୍ଗିଥିବା ଜଣାପଡ଼ିଛି । ଭାଗ୍ୟବଶତଃ ସେହ ସମୟରେ କୌଣସି ଶ୍ରଦ୍ଧାଳୁଙ୍କ କିଛି କ୍ଷୟକ୍ଷତି ହୋଇନାହିଁ।