କରଞ୍ଜିଆ: କରଞ୍ଜିଆରେ ମହାବଳ ଆତଙ୍କ। ମହାବଳ ବାଘର ପାଦ ଚିହ୍ନ ଦେଖି ଲୋକେ ଭୟଭୀତ। କରଞ୍ଜିଆ ବନଖଣ୍ଡ ଅଧିନ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ମହାବଳ ବାଘ ଆତଙ୍କ। କାଳିଆଜିଆଣୀ ଗାଁ ନିକଟ ସଂରକ୍ଷିତ ଜଙ୍ଗଲକୁ ଶିମିଳିପାଳ କୋର ଏରିଆରୁ ଏକ ମହାବଳ ବାଘ ଚାଲି ଆସିଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ହାତୀଗୋଡ଼ା ଓ ସାଲେଇବେଡ଼ା ପଞ୍ଚାୟତର ଆଖପାଖ ଗାଁ ଲୋକେ ଭୟଭୀତ ହୋଇଛନ୍ତି । ସ୍ଥିତିକୁ ନିୟମିତ ଅନୁଧ୍ୟାନ କରୁଛନ୍ତି ବନ କର୍ମଚାରୀ । ଗତିବିଧି ଉପରେ ନଜର ରଖିଛି ୨୦ରୁ ଅଧିକ କ୍ୟାମେରା ।
ଗତକାଲି ଠାରୁ ବାଘ ବୁଲୁଥିବା ଅଞ୍ଚରେ ଡାକବାଜି ଦ୍ୱାରା ଲୋକଙ୍କୁ ସଚେତନ କରୁଛି ବନବିଭାଗ । ବାଘଙ୍କ ସୁରକ୍ଷା ପାଇଁ ରହିଥିବା ବିଭିନ୍ନ ବ୍ୟବସ୍ଥା ଜରିଆରେ ବାଘର ଗତିବିଧିକୁ ନେଇ ଏକ ସ୍ୱତନ୍ତ୍ର ଟିମ କାର୍ଯ୍ୟ କରୁଥିବା କରଞ୍ଜିଆ ଡ଼ିଏଫଓ ସୂଚନା ଦେଇଛନ୍ତି ।
