Live Tv

Live Tv

ଶ୍ରୀକୃଷ୍ଣ ଯୁବକ ସଂଘ ପ୍ରେମଝରୀର ସାମାଜିକ ପଦକ୍ଷେପ

 ଜୁରୀପଡ଼ା:କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୁତୀମେଣ୍ଡି ପଞ୍ଚାୟତର ସମ୍ବରଡେଗା ଛକରେ ଥିବା ଯାତ୍ରୀ ବିଶ୍ରାମଗାର ଦୀର୍ଘଦିନ ଧରି ଅପରିଷ୍କାର ଅବସ୍ଥାରେ ପଡ଼ି ରହିଥିଲା। ବିଶ୍ରାମଗାର ପରିସରରେ ମଲିନତା ଓ ଅସ୍ୱଚ୍ଛ ପରିବେଶ ଯାତ୍ରୀମାନଙ୍କ ପାଇଁ ଅସୁବିଧାର କାରଣ ହୋଇଥିଲା।


ଏହାକୁ ନଜରକୁ ଆଣି ପ୍ରେମଝରୀ ଶ୍ରୀକୃଷ୍ଣ ଯୁବକ ସଂଘ ପକ୍ଷରୁ ସଫାସୁଫାଇ ଅଭିଯାନ ଆରମ୍ଭ କରାଯାଇଥିଲା।ସଂଘର ସଭାପତି ଆଲୋକ ମଲିକ ଓ ସମ୍ପାଦକ ଗୋଲକ ମଲିକଙ୍କ ନେତୃତ୍ୱରେ ଗତ ମେ ୨୬ ତାରିଖରେ ସଂଘର ସଦସ୍ୟମାନେ ଏକତ୍ରିତ ହୋଇ ବିଶ୍ରାମଗାର ପରିସରକୁ ପାଣିରେ ଧୋଇ ସଫା କରିଥିଲେ। ପରେ ଛାଡୁ ଓ ପରିଷ୍କାର ସାମଗ୍ରୀ ବ୍ୟବହାର କରି ସମଗ୍ର ପରିସରକୁ ସୁଚ୍ଛ ଓ ସୁନ୍ଦର କରାଯାଇଥିଲା। ସଂଘର ଏହି ସାମାଜିକ ଓ ସଚେତନତାମୂଳକ କାର୍ଯ୍ୟକ୍ରମକୁ ସ୍ଥାନୀୟ ଜନସାଧାରଣ ଉଚ୍ଚ ପ୍ରଶଂସା କରିଛନ୍ତି। ଅଞ୍ଚଳର ବୁଦ୍ଧିଜୀବୀ ଓ ସାମାଜିକ କର୍ମୀମାନେ କହିଛନ୍ତି ଯେ, ଯୁବସମାଜ ଯଦି ଏପରି ସାମାଜିକ କାର୍ଯ୍ୟରେ ଆଗୁଆନ ହୁଏ, ତେବେ ସ୍ୱଚ୍ଛତା ସହ ସାମାଜିକ ଦାୟିତ୍ୱବୋଧ ମଧ୍ୟ ବୃଦ୍ଧି ପାଇବ। ଶ୍ରୀକୃଷ୍ଣ ଯୁବକ ସଂଘର ଏହି ପଦକ୍ଷେପ ଅନ୍ୟ ଯୁବ ସଂଗଠନମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି।