Live Tv

Live Tv

ବାଲିଗୁଡା ଜଙ୍ଗଲ ରେ ଯୁବତୀ ଙ୍କୁ ଦୁଷ୍କର୍ମ ଉଦ୍ୟମ

 ଫୁଲବାଣୀ:ବାଲିଗୁଡ଼ାରେ ପୁଣି ଲଜ୍ଜ୍ୟା, ଜଙ୍ଗଲ ରେ ଯୁବତୀ ଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୋଗ ହୋଇଛି l କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପଦ୍ମା ପଦର ଗାଁ ରେ ଅଭାବନୀୟ ଘଟଣା ଘଟିଛି l ଯୁବତୀ ଙ୍କୁ ଅସଦଚରଣ ଦୁଷ୍କର୍ମ ଉଦ୍ୟମ,ଅଭିଯୋଗ ରେ ଜଣେ ଯୁବକ ଅଟକ ଥିବା ଜଣାପଡିଛି l ମିଳିଥିବା ସୁଚନା ଅନୁଯାୟୀ ଗତ ଛଅ ତାରିଖ ଦିନ ଯୁବତୀ ଜଣକ ଛତୁ ଖୋଜିବାକୁ ଗାଁ ନିକଟ ଜଙ୍ଗଲ କୁ ଯାଇଥିବା ବେଳେ ସେହି ଗାଁ ର ମୁକୁନ୍ଦ ପାତ୍ର ନାମକ ଜଣେ ଯୁବକ ଯୁବତୀ ଙ୍କୁ ପଚ୍ଛପଟୁ ଭିଡ଼ି ଧରି ତଳେ ପକାଇ ଅସଦlଚରଣ ସହିତ ଦୁଷ୍କର୍ମ ଉଦ୍ୟମ କରି ଥିଲା l


ଯୁବତୀ ଙ୍କ ଚିତ୍କାର ଶୁଣି ସାଙ୍ଗରେ ଯାଇ ଥିବା ନାବାଳିକା ଝିଅ ଗାଁ ରେ ଆସି ଖବର ଦେବାପରେ, ଗାଁ ର ସାହି ପଡ଼ିଶା ପରିବାର ଲୋକେ ଘଟଣା ସ୍ଥଳକୁ ଯାଇ ଥିବା ବେଳେ ଅଭିଯୁକ୍ତ ମୁକୁନ୍ଦ ଜଙ୍ଗଲ ରେ ଲୁଚିଥିଲା l ଥାନାରେ ଅଭିଯୋଗ ପରେ ଏନେଇ ବାଲିଗୁଡା ଥାନା ପୋଲିସ ମାମଲା ରୁଜ୍ଜୁ ନ କରି ଆପୋଷ ସମାଧାନ ପାଇଁ ଗାଁ କୁ ପଠାଇ ଥିଲେ ବି କୌଣସି ସମାଧାନ ନ ହେବାରୁ ପୁଣି ସୋମବାର ଦିନ ଥାନାର ଦ୍ୱାରସ୍ତ ହେଲେ ପୀଡ଼ିତା l ବାଲିଗୁଡା ଥାନା ପୋଲିସ ଘଟଣା ୨୦ତାରିଖ ଦିନ ଥାନାରେ ମାମଲା ରୁଜ୍ଜୁ କରିବା ସହିତ ପୀଡ଼ିତା ଙ୍କୁ ଡାକ୍ତରୀ ମାଇନା ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନା କୁ ପଠାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତ ମୁକୁନ୍ଦ ପାତ୍ର ଙ୍କୁ ଅଟକ ରଖି ପଚରାଉଚରା କରୁଛି ବାଲିଗୁଡା ଥାନା ପୋଲିସ l ଅଭିଯୁକ୍ତ ମୁକୁନ୍ଦ ପାତ୍ର ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଳା ପାଇକ ଖଣ୍ଡାୟତ କୁଳ ସମାଜ ତରଫରୁ ଦାବୀ ହୋଇଛି l