Live Tv

Live Tv

ପ୍ରତ୍ୟୁଷ ଙ୍କ କୁନି ରଥ ସମସ୍ତଙ୍କ ମନ ତୋଷୁଛି

 ଫୁଲବାଣୀ:କଳା ପ୍ରତି ଅଦମ୍ୟ ଆଗ୍ରହ ଓ ନିଷ୍ଠା ଜଣେ ଯୁବ କଳାକାରଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ। ଫୁଲବାଣୀର ଯୁବ କଳାକାର ଏନ୍. ପ୍ରତ୍ୟୁଷ ଚୌଧୁରୀ ସୋରିଷ ଦାନାରେ ତିଆରି କରିଛନ୍ତି ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର କ୍ଷୁଦ୍ର ରଥ। ଏହି ଅନନ୍ୟ କଳାକୃତି ବର୍ତ୍ତମାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପରିଷଦ ଅନ୍ତର୍ଗତ ନଦୀଖଣ୍ଡି ସାହିର ବାସିନ୍ଦା ଏନ୍. ପ୍ରତ୍ୟୁଷ ଚୌଧୁରୀ ପିଲାଦିନରୁ କଳା ପ୍ରତି ଆକୃଷ୍ଟ।


ନିଜର ସୃଜନଶୀଳତା ଓ ଧୈର୍ଯ୍ୟ ବଳରେ ସେ ଅତି କ୍ଷୁଦ୍ର ଆକାରରେ ନନ୍ଦିଘୋଷ ରଥ ନିର୍ମାଣ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।ପ୍ରଥମେ ସେ ଚକ୍ ଖଡ଼ିରେ ୧.୯ ସେଣ୍ଟିମିଟର ଉଚ୍ଚତାର ନନ୍ଦିଘୋଷ ରଥ ତିଆରି କରିଥିଲେ। ଏହି କଳାକୃତି ଏସିଆ ବୁକ୍ ଅଫ୍ ରେକର୍ଡ ଓ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲା।ପରବର୍ତ୍ତୀ ବର୍ଷ ସେ ଚାଉଳ ଦାନାରେ ୧.୭ ସେଣ୍ଟିମିଟର ଉଚ୍ଚତାର ନନ୍ଦିଘୋଷ ରଥ ନିର୍ମାଣ କରିଥିଲେ। ଚଳିତ ବର୍ଷ ସେ ସୋରିଷ ଦାନାରେ ନନ୍ଦିଘୋଷ ରଥ ତିଆରି କରିଛନ୍ତି, ଯାହାର ଉଚ୍ଚତା ୧.୩ ସେଣ୍ଟିମିଟର।ଏଥିସହ ଚଳିତ ବର୍ଷ ସେ ତିନୋଟି ରଥ—ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ—ନିର୍ମାଣ କରିଛନ୍ତି। ସେଥିମଧ୍ୟରୁ ମା’ ସୁଭଦ୍ରାଙ୍କ ଦେବଦଳନ ରଥର ଉଚ୍ଚତା ମାତ୍ର ୧.୧ ସେଣ୍ଟିମିଟର, ଯାହା ସବୁଠାରୁ କ୍ଷୁଦ୍ର। ପ୍ରତ୍ୟୁଷଙ୍କ ଏହି ସୂକ୍ଷ୍ମ କଳାକୃତିକୁ ସମସ୍ତେ ପ୍ରଶଂସା କରୁଥିବା ବେଳେ, ଆଗାମୀ ଦିନରେ ଆହୁରି ନୂଆ କୀର୍ତ୍ତିମାନ ସ୍ଥାପନ କରିବାକୁ ସେ ଆଶା ପ୍ରକାଶ କରିଛନ୍ତି।