Live Tv

Live Tv

ଖାଦ୍ୟ ସନ୍ଧାନରେ ଜନବସତି ମୁହାଁ ଦନ୍ତା ହାତୀ

 hati mo

Elephant terror ଦେବଗଡ଼ : ପୁଣି ହାତୀ ଆତଙ୍କ । ଖାଦ୍ୟ ସନ୍ଧାନରେ ଜନବସତି ମୁହାଁ ହୋଇଥିବା ଏକ ଦନ୍ତା ହାତୀ ଗାଁରେ ପଶି ତିନୋଟି ଘର ଭାଙ୍ଗି ଦେଇଛି । ଏପରି ଘଟଣା ଦେବଗଡ଼ ଜିଲ୍ଲା ବାରକୋଟ ବନାଞ୍ଚଳ ବଲମ ସେକ୍ସନ ଅନ୍ତର୍ଗତ ନୁଆଁଗାଁ ହରିଡ଼ା ସାହିରେ ଘଟିଛି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ସଦସ୍ୟ । ଖବର ପାଇ ବନ ବିଭାଗ ପହଞ୍ଚି ହାତୀକୁ ଜଙ୍ଗଲ ଆଡ଼କୁ ଘଉଡ଼ାଇ ଦେଇଛି । ଏହାପରେ ଗାଁରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲେ ମଧ୍ୟ ଲୋକଙ୍କ ମନରେ ଭୟ ରହିଛି ।

ଗାଁବାସୀଙ୍କ କହିବା ଅନୁସାରେ, ଏହି ଅଞ୍ଚଳରେ ବାରମ୍ବାର ହାତୀ ପଶି ଫସଲ ନଷ୍ଟ କରିବା ସହ ଘରବାଡ଼ି ଭାଙ୍ଗୁଛନ୍ତି । ତେଣୁ ସ୍ଥାୟୀ ସମାଧାନ ପାଇଁ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି । ଅନ୍ୟପଟେ ବନ ବିଭାଗ ପକ୍ଷରୁ ହାତୀର ଗତିବିଧି ଉପରେ କଡ଼ା ନଜର ରଖାଯାଇଛି । ହାତୀ ପୁଣି ଜନବସତି ମୁହାଁ ନକରିବା ପାଇଁ ପାଟ୍ରୋଲିଂ ବଢ଼ାଇବା ସହ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।