କନ୍ଧମାଳ : ମୁନସିପାଲ କର୍ପୋରେସନର କମିସନର ବେଦଭୂଷଣ କନ୍ଧମାଳ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କରିବେ । ବର୍ତ୍ତମାନ ଥିବା କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କୁ ଖୋର୍ଦ୍ଧା ଜିଲ୍ଲା ପାଳ ଭାବେ ବଦଳୀ ହୋଇଛି । ଋତୁରାଜ କନ୍ଧମାଳ ଜିଲ୍ଲା ପାଳ ଭାବେ ଦାୟିତ୍ବ ଗ୍ରହଣ କରିବାର ବର୍ଷକ ମଧ୍ୟରେ ଜିଲ୍ଲାରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଇ ବେଶ ପ୍ରଶଂସା ସାଉଁଟି ଥିଲେ ଜିଲ୍ଲାର ବିଭିନ୍ନ ପଂଚାୟତ ଅଞ୍ଚଳ ଗସ୍ତ କରି ଲୋକଂକ ସମସ୍ୟା ସମାଧାନ ଦିଗରେ ଦୃଷ୍ଟାନ୍ତ ମୁଳକ ପଦକ୍ଷେପ ଗ୍ରହଣ କରିଥିଲେ । ଜିଲାପାଳ । ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ସେ ଆଦିବାସୀ ଅଧ୍ୟଷିତ କନ୍ଧମାଳ ଜିଲ୍ଲାର ସାମାଜିକ ଓ ଅର୍ଥ ନୈତିକ ବିକାଶ ଦିଗରେ ଦୃଷ୍ଟି ଦେବେ ବୋଲି ଜିଲ୍ଲାବାସୀ ଆଶା ପ୍ରକଟ କରିଛନ୍ତି ।