Live Tv

Live Tv

ଧାନକଟା ମେସିନରେ କଟି ଯୁବକଙ୍କ ମୃତ୍ୟୁ

 ବାଲେଶ୍ୱର : ଧାନକଟା ମେସିନରେ କଟି ଯୁବକଙ୍କ ମୃତ୍ୟୁ । ବାଲେଶ୍ଵର ସଦର ଥାନା ବର୍ଦ୍ଧନପୁର ପଞ୍ଚାୟତ ସାହାଜା ନଗରରେ ଘଟିଛି ଏପରି ଅଭାବନୀୟ ଘଟଣା ।  ବିଲରେ ମେସିନରେ ଧାନ କାଟୁଥିବା ବେଳେ ଅସାବଧାନତା ଯୋଗୁଁ ଯୁବକ ଜଣଙ୍କ ମେସିନରେ ପଶିଯାଇଥିଲେ । 


ମେସିନ୍ ବନ୍ଦ କରି ଯୁବକଙ୍କୁ ଅନ୍ୟ ଶ୍ରମିକମାନେ ବାହାରକୁ କାଢିଥିଲେ ।  ହେଲେ ସେତେବେଳକୁ ତାଙ୍କ ମୃତ୍ୟୁ ଘଟିସାରିଥିଲା । ମୃତ ଯୁବକ ହେଲେ ରାଜୁ ଦଳେଇ ।