ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଉନ ଥାନା ରିଜେନ୍ଟ ମାର୍କେଟରେ ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଛି ସଂଘର୍ଷ । ପଥର ମାଡ ସହ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ପାଞ୍ଚ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏସପି ଓ ଏସଡିପିଓ ମଧ୍ୟ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି । ଢେଲାପଥର ମାଡ଼ରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।
ଘଟଣାସ୍ଥଳକୁ ପଶ୍ଚିମାଞ୍ଚଳ ଡ଼ିଆଇଜି ବ୍ରିଜେଶ ରାୟ ,ଉପଜିଲ୍ଲାପାଳ ତେଜସ୍ଵୀନି ବେହେରା ପହଞ୍ଚି ଉତ୍ୟକ୍ତ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆପୋଷ ବୁଝାମଣା କରିବାକୁ ଚେଷ୍ଟା କରୁଛନ୍ତି । ରିଜେଣ୍ଟ ମାର୍କେଟ ସହ ସହରର ଅନ୍ୟ ସବୁ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପରିସ୍ଥିତି ଅଣାୟତ୍ତ ହୋଇଥିଲେ ହେଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଗୋଷ୍ଠୀ ସଂଘର୍ଷ ପାଇଁ ପୁରା ସୁନ୍ଦରଗଡ଼ ସହରରେ BNS 163 ଜାରି । ସହରରେ 24 ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ । ଆଜି ସନ୍ଧ୍ୟା 6 ଟା ରୁ ଆସନ୍ତାକାଲି ସନ୍ଧ୍ୟା 6 ଟା ଯାଏ ଇଣ୍ଟରନେଟ ସେବା ବନ୍ଦ କରିଛି ଜିଲ୍ଲା ପ୍ରଶାସନ ।
