Live Tv

Live Tv

ଡ୍ରେନ୍ ରେ ପଡି ଚାଲିଗଲା ଜୀବନ

 ଭୁବନେଶ୍ବର : ଡ୍ରେନ୍ ରେ ପଡି ଚାଲିଗଲା ଜୀବନ । ଭୁବନେଶ୍ବର ସାଲିଆସାହିରେ ଡ୍ରେନର ଖସିପଡି ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ । ମୃତକଙ୍କ ନାମ ସିନୁ ଗାଗରାଇ । ବିଏମସି ତରଫରୁ ନୂଆ ରାସ୍ତା ପାଇଁ ମୁକୁଳା ଥିଲା ଡ୍ରେନ । ଗତକାଲି ଅପରାହ୍ନରେ ରାସ୍ତା କଡ ଡ୍ରେନରେ ଗୋଡଖସିଯିବାରୁ  ପଡିଯାଇଥିଲେ ସିନୁ ।


  ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।  ଗତକାଲି ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥଲା ।   ସେଠାରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର ।  ଆଜି  ବ୍ୟବଚ୍ଛେଦ ପରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ହୋଇଛି ।  ଗତ ୨ ରୁ ୪ ମାସ ହେବ ଏହି ଡ୍ରେନ ମୁକୁଳା ହୋଇ ପଡ଼ିରହିଥିଲା ।   ବର୍ତ୍ତମାନ୍ ଶୀନୁ ଙ୍କ ଦୁଇ ପୁଅ ଓ ଜଣେ ଝିଅ ରହିଛନ୍ତି । ଗତକାଲି ମକର ସଂକ୍ରାନ୍ତି ପାଳନ କରି ଘରକୁ ଫେରିବା ବେଳେ ତାଙ୍କର ମୃତ୍ୟୁ ହୋଇଛି ।