Live Tv

Live Tv

ପ୍ରଧାନଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା ବେଳେ କାନ୍ଦି ପକାଇଲେ ଛାତ୍ରଛାତ୍ରୀ

 ବୌଦ୍ଧ : ସାରଙ୍କୁ ଅଶ୍ରୁଳ ବିଦାୟ । ପ୍ରଧାନଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା ବେଳେ କାନ୍ଦି ପକାଇଲେ ଛାତ୍ରଛାତ୍ରୀ  l ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପୁରୁଣାପାଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ  l ବିଦ୍ୟାଳୟ ପ୍ରଧାନ ଖଗେଶ୍ୱର ବସ୍ତିଆ ଦୀର୍ଘ ତିନି ବର୍ଷ ହେଲା ଏହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଥିଲେ l ଗତକାଲି ସେ ଚାକରିରୁ ଅବସର ନେବାପରେ ଖଗେଶ୍ବର ବସ୍ତିଆଙ୍କ ପାଇଁ ଆୟୋଜିତ ହୋଇଥିଲା ଅବସରକାଳିନ ବିଦାୟ ସମ୍ବର୍ଦ୍ଧନା  l ହେଲେ ସାରଙ୍କ ଅବସରକୁ ଛାତ୍ରଛାତ୍ରୀମାନେ ଗ୍ରହଣ କରିପାରନଥିଲେ । ସାରଙ୍କ ପ୍ରତି ଏତେ ଭଲପାଇବା ଥିଲା ଯେ କୋହ ସମ୍ଭାଳି ପାରିନଥିଲେ । ଗୁରୁ-ଶିଷ୍ୟ ପରମ୍ପରାର ଏଭଳି ନିଛକ ଦୃଶ୍ୟ ଦେଖିବାକୁ ମିଳିଛି ପୁରୁଣାପାଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ  l