କାମାକ୍ଷାନଗର : ଗାଁ ମୁହାଁ ହାତୀପଲ । ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି ହାତୀ । ଢେଙ୍କାନାଳ ଜିଲ୍ଲା ଜିରାଳ ଫରେଷ୍ଟ ସେକ୍ସନରେ ହାତୀ ଉପଦ୍ରବ l ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । ଜିରାଳ ଫରେଷ୍ଟର ଓ କର୍ମଚାରୀ ହାତୀପଲକୁ ଘଉଡ଼ାଇବା ପାଇଁ ଉଦ୍ୟମ କରୁଛନ୍ତି । ଏବେ ହାତୀପଲ ନିକଟସ୍ଥ ଭାଲୁଖାଇ ପାହାଡ଼ରେ ରହିଛନ୍ତି ।