ଫୁଲବାଣୀ:୮କୋଟି ଟଂକା ବ୍ୟୟରେ ଫୁଲବାଣୀ ସହର ର ୨ନମ୍ବର ୱାର୍ଡ ଡାକ ପାଲା କୁ ସଂଯୋଗ କରିବା ପାଇଁ ପିଲା ସାଲ କୀ ନଦୀ ଉପରେ ଏକ ହାଇ ଲେଵେଲ ପୋଲ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥଲା ପୂର୍ବ ସରକାର ଙ୍କ ସମୟରେ l ହେଲେ ପୋଲ୍ କାମ ଆରଂଭ କଲେ ଠିକାଦାର l ତେବେଆରଂଭ ହେବାର କେଇଟା ଦିନ ପରେ କାମ ବନ୍ଦ ରହିଛି ଯେ ଆରଂଭ ହେବାର ନାଁ ନାହିଁ l ଆଉ ଏହି ପୋଲ କାର୍ଯ୍ୟ ଅଗଷ୍ଟ ମାସ ୨୦୨୫ରେ ସରିବା କଥା l
ତତ୍କାଳୀନ ସାଂସଦ ଡ଼ ଅଚ୍ୟୁତ ସାମନ୍ତ ପୋଲ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ! ଏବେ ଦୁଇ ବର୍ଷ ପରେ ସୂଚନା ଫଳକ ମଧ୍ୟ୍ୟ ଦୃଶ୍ୟ ମାନ ହେଉ ନାହିଁ! ନଦୀ ଗର୍ଭରେ ତିନୋଟି କଂକ୍ରିଟ ପିଲର ପାଇଁ ରଡ଼ ଛଡା ଯାଇଛି! ଦୁଇବର୍ଷ ପରେ ମଧ୍ୟ୍ୟ ୫ ପ୍ରତିଶତ କାମ ହୋଇଛି ଏବଂ ପିଲlର ଉଠି ନାହିଁ! ଦୁଇବର୍ଷ ତଳେ ମେଟେରିଆଲ କଷ୍ଟ ଯାହାଥିଲା ଏବେ ଢେର ବଢିଗଲାଣି l ଅଗଷ୍ଟ ୨୦୨୫ ରେ କାମ ସାରିବା କଥା କାମ ୫ % ହୋଇଛି! ଆଉ କିଛି ଦିନ ପରେ ବର୍ଷା ଆସିବ l କାମ ଠପ ହେବ! ବର୍ଷାରେ ପୁଣି ଲୋକେ ନଦୀ ପାର ବେଳେ ଭାସିଯିବାର ସମ୍ଭାବନା ରହିଛି l କାର୍ଯ୍ୟ ନିର୍ବାହୀ ସଂସ୍ଥା ମଧ୍ୟ ବୁଝିବାକୁ ନାହିଁ l ଯନ୍ତ୍ରୀ କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି l ତୁରନ୍ତ କାମ ଆରମ୍ଭ ପାଇଁ କ୍ଷିପ୍ର ନ୍ୟାୟିକ ମଞ୍ଚର ଫାଉଣ୍ଡର ମେମ୍ବର ମହମଦ ଜିଆ ଉଦ୍ଦିନ, ସମ୍ପାଦକ ତୁଷାର କାନ୍ତ ନାୟକ, କାର୍ଯ୍ୟକାରୀ ସଦସ୍ୟ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ କୁମୁଦ ଚନ୍ଦ୍ର ମଲ୍ଲିକ, ସିମାଞ୍ଚଳ ବେହେରା ଓ ଭଏସ ଅଫ ମିଡ଼ିଆର ଜିଲ୍ଲା ସଭାପତି ଶିବାନନ୍ଦ ପଟ୍ଟନାୟକ ଦାବୀ ଜଣାଇବ ସହ ଜିଲ୍ଲା ପାଳ ବେଦ ଭୂଷଣ କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l ବରିଷ୍ଠ ଅଧିକାରୀ ଗଣ ନିର୍ମାଣ ସାଇଟ ପରିଦର୍ଶନ ପରେ ଶଙ୍ଖ କୁ ସଂକୀର୍ଣ୍ଣ କରିବା ପାଇଁ ନିର୍ଦେଶ ଦେଇଥିବାରୁ ଜନଅସନ୍ତୋଷ ମଧ୍ଯ ଦେଖାଦେଇଛି l ପୋଲ ର ଏଣ୍ଟ୍ରି ପଏଣ୍ଟ ର ଦୁଇ ପାର୍ଶ୍ଵରେ ଦୁଇଟି ସରକାରୀ ଭଗ୍ନ କ୍ଵାଟର ରହିଁଛିl ସେହି କ୍ଵାଟର ଗୁଡିକ ଭାଙ୍ଗିବା ପାଇଁ ଅନୁମତି ସମୟ ସାପେକ୍ଷ ବୋଲି ପୋଲ ସଂକୀର୍ଣ୍ଣ କରିବା କଥା ଚିନ୍ତା କରାଯାଉଥିବା ବିଷୟ କହିଛନ୍ତି ବିଭାଗୀୟ ଅଧିକାରୀ l ପୋଲ ସଂକୀର୍ଣ୍ଣ ହେଲେ କେବଳ ସ୍କୁଟି, ବାଇକ, କାର ଓ ଜିପ ଯାଇ ପାରିବକିନ୍ତୁ ଟ୍ରକ ଓ ବସ ଓ ବଡ଼ ଗାଡି ଯାଇ ପାରିବ ନାହିଁ ,ତେଣୁ ଭଗ୍ନ ଅବସ୍ଥାରେ ଥିବା ଦୁଇଟି କ୍ଵାଟର କୁ ଡିମୋଲିସ କରି ପୋଲ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବା ପାଇଁ ସାଧାରଣରେ ଦାବୀ ହେଉଛିl
