Live Tv

Live Tv

କବିସୂର୍ଯ୍ୟନଗର ହାଜତ ମୃତ୍ୟୁରେ ଚାଂଚଲ୍ୟକର ଖୁଲାସା

 ବ୍ରହ୍ମପୁର : ବହୁଚର୍ଚ୍ଚିତ କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ଘଟଣାରେ ଚାଂଚଲ୍ୟକର ଖୁଲାସା । ଫଟୋ କହୁଛି ଘଟଣା ପଛର ଅନେକ ସତ । ଖଣି ଅଧିକାରୀ ଓ ପୋଲିସ ଷ୍ଟାଫ ପଥର ଖାଦାନରେ ସୁଶାନ୍ତର ଭାଇ ଭାଉଜଙ୍କୁ ଟଣା ଓଟରା କରୁଥିବା ସମୟ ର ଫଟୋ ଉଠାଇବା ଘଟଣା ସୁଶାନ୍ତଙ୍କ ପାଇଁ ମହଙ୍ଗା ପଡିଲା । ଆଉ ଶେଷରେ ପୋଲିସ ମାଡ଼ରେ ତାର ଜୀବନ ଗଲା । ଯେଉଁ ଫଟୋ ଯୋଗୁ ସୁଶାନ୍ତଙ୍କ ଜୀବନ ଗଲା ସେହି ଫଟୋ ହିଁ ସୁଶାନ୍ତ ଙ୍କୁ ମାଡ଼ ମାରିଥିବା ପୋଲିସ ବାବୁ ମାନଙ୍କୁ ଜେଲ ପଠାଇବାରେ ସହାୟକ ହେବ ।


ଗତ ମାସ ୨୦ ତାରିଖ ଅପରାହ୍ନରେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସୁବୁଳିଆ ଗ୍ରାମ ନିକଟରେ ଥିବା ପଥର ଖାଦାନ ଉପରେ ପୋଲିସ ଖଣି ଅଧିକାରୀ ଙ୍କୁ ନେଇ ଚଢ଼ାଉ କରିଥିଲା ।  ପଥର ଚୋରା ଚାଲାଣ କରୁଥିବା ଅଭିଯୋଗରେ ସେଠି ଥିବା ସୁଶାନ୍ତଙ୍କ ଭାଇ ବସନ୍ତ , ଭାଉଜଙ୍କ ସହ ପୋଲିସ ଓ ଖଣି ବାବୁ ଯୁକ୍ତି କରିଥିଲେ। ଏହାପରେ ଗାଳି ଗୁଲଜ ଧସ୍ତା ଧସ୍ତି ପର୍ଯ୍ୟନ୍ତ କଥା ଯାଇଥିଲା ।  ସୁଶାନ୍ତଙ୍କ ଭାଉଜଙ୍କୁ ମାଡି ବସିବାରୁ ବସନ୍ତ ଓ ତାଙ୍କ ପୁଅ ଈଶ୍ୱର ବିରୋଧ କରିଥିଲେ ।  ପୁରା ଘଟଣାର ଫଟୋ ଉଠାଇଥିଲେ ସୁଶାନ୍ତ ।  ସେହି ଫଟୋରେ ସୁଶାନ୍ତଙ୍କ ଭାଉଜ ପ୍ରତିମାଙ୍କୁ ହୋମଗାର୍ଡ ଡ୍ରାଇଭର ଓ ଖଣି ବାବୁ ମାଡି ବସୁଥିବାର ଓ ବସନ୍ତ ଟାଣି ନେଉଥିବା ର ଚିତ୍ର ପ୍ରମାଣ ରୂପେ ରହିଯାଇଛି ।  ତାହାହିଁ ସୁଶାନ୍ତ ଙ୍କ ପାଇଁ କାଳ ହେଲା ।  ପରେ ପୋଲିସ ଧମକ ଚମକ କରିବାରୁ ସରପଞ୍ଚ ଓ ଗାଁ ସଭାପତିଙ୍କ ଉପସ୍ଥିତିରେ ଗାଁ ରେ ହିଁ ୨୦ ତାରିଖ ସନ୍ଧ୍ୟାରେ ପ୍ରଥମେ ବସନ୍ତ ପୋଲିସକୁ ଧରା ଦେଲା ।  ଏହାପରେ ୨୫ ତାରିଖରେ ସେହି ଢଙ୍ଗରେ ବସନ୍ତଙ୍କ ପୁଅ ଈଶ୍ୱର ଓ ଭାଇ ସୁଶାନ୍ତଙ୍କୁ ଗାଁରୁ ଉଠାଇ ନେଇଥିଲା ।  ତିନି ଜଣଙ୍କୁ ପୋଲିସ ମାଡ଼ ମାରୁଥିଲା ହେଲେ ବସନ୍ତ ଓ ଈଶ୍ୱରକୁ ଗିରଫ କରି ଫରୱାର୍ଡ଼ କରିଥିଲେ ବି ସୁଶାନ୍ତ କୁ ରଖି ମାଡ଼ ମାରୁଥିଲା ।  ସମ୍ପୂର୍ଣ୍ଣ ଗୁରୁତର ହୋଇ ପଡିବା ପରେ ଘର ଲୋକଙ୍କୁ ଡାକି ସୁଶାନ୍ତ ଙ୍କୁ ୩୧ ତାରିଖ ସକାଳେ ସୁସ୍ଥ ଅବସ୍ଥାରେ ଆଣିଥିଲୁ ଓ ସନ୍ଧ୍ୟାରେ ସୁସ୍ଥ ଅବସ୍ଥା ରେ ଛାଡି ଦେଲୁ ବୋଲି ଅଣ୍ଡରଟେକିଂ ଲେଖାଇଥିଲେ । ପରେ ପରିବାର ଲୋକ ସୁଶାନ୍ତଙ୍କୁ ରାତିରେ ଆସ୍କା ଓ ପରେ MKCG ମେଡିକାଲ ଆଣିଥିଲେ ବି ତାଙ୍କ ର ମୃତ୍ୟୁ ଘଟିଥିଲା ।