Live Tv

Live Tv

ଦୁଷ୍କର୍ମ ଅଭିଯୁକ୍ତ କୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ଜରିମାନା

 ଫୁଲବାଣୀ:ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରl ଜଜ୍ ଓ ସ୍ୱତନ୍ତ୍ର ବିଚାରପତି ପକ୍ ସୋ ମନୋରଞ୍ଜନ ଦାସ ବାଲିଗୁଡ଼ା ଥାନା ଅଞ୍ଚଳ ର। ସିଟି -୧୧/୨୪ ମାମଲା ର ସାକ୍ଷ୍ୟ ଓ ପ୍ରମାଣ କୁ ଭିତ୍ତି କରି ଗୁରୁବାର ଅଭିଯୁକ୍ତ ସପ୍ନl ପlଟମlଝି କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେବା ସହ ୫୦ହଜାର ଜୋରିମାନା ଆଦେଶ ଦେଇଛନ୍ତି l ଜୋରିମାନା ଅନାଦେୟ ଅଧିକ ୬ମାସ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି l ସେହିପରି ପୀଡ଼ିତା କୁ ଅଦାଲତ ୫ଲକ୍ଷ ଟଂକା କ୍ଷତି ପୂରଣ ପ୍ରଦାନ କରିବା ପାଇଁ ଡି ଏଲ ଏସ ଏ କୁ ନିର୍ଦେଶ ଦେଇଛନ୍ତି l ଏହି ମାମଲା କୁ ବରିଷ୍ଠ ଆଇନଜୀବି ତଥା ସ୍ୱତନ୍ତ୍ର ପି ପି ରମେଶ ଚନ୍ଦ୍ର ମହାନ୍ତି ପରିଚାଳନା କରୁଥିଲେ l