ଫୁଲବାଣୀ:ବାଲିଗୁଡ଼ା ବିଜେଡି ବିଧାୟକ ଚକ୍ର ମଣି କହଁର ଙ୍କୁ ଦଳ ସୁପ୍ରିମୋ ରାଜ୍ୟ ସଭା ନିର୍ବାଚନବେଳେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ ହୋଇଥିବା ବେଳେ ବିଜେଡି ଜିଲ୍ଲା ଉପ ସଭାପତି ଟୁନା ଦାସ ଓ ବିଜେଡି ନେତା ତଥା ଜିଲ୍ଲା ସମ୍ପାଦକ ପ୍ରମୋଦ ସାହୁ ନିଲମ୍ବିତ ବିଧାୟକ ଚକ୍ର ମଣୀ ଙ୍କୁ ବୁଧବାର ସକାଳେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ଉଦ୍ଦେଶ୍ୟରେ ଲୋକଙ୍କୁ ସଂଗଠିତ କରି ସମ୍ବର୍ଧନା ଉତ୍ସବ ର ଆୟୋଜନ କରି ଥିଲେ l
ଫଳରେ ବୁଧବାର ସଂନ୍ଧ୍ୟାରେ ଖବର ମିଳିବା ପରେ ବିଜେଡି ନେତା ତଥା ଉପସଭାପତି ଟୁନା ଦାସ ଓ ବିଜେଡି ନେତା ପ୍ରମୋଦ ସାହୁ ଙ୍କୁ ଦଳରୁ ନିଲମ୍ୱିତ କରାଯାଇ ଛି l ବିଜେଡି ସଧାରଣ ସମ୍ପାଦକ ବିଜୟ ନାୟକ ଦଳ ସଭାପତି ଙ୍କ ନିର୍ଦେଶ କ୍ରମେ ନିଲମ୍ୱିତ କରିଥିବା ଜଣା ପଡିଛି l ନିଲମ୍ବନ ଆଦେଶ ପରେ ବାଲିଗୁଡ଼ା ବିଜେଡି ଶିବିର ର ରେ ହଇଚଇ ସୃଷ୍ଟି ହୋଇଛି l ଅlଗକୁଆଉ କିଛି ନେତା ମଧ୍ଯ ନିଲମ୍ୱିତ ହୋଈ ପାରନ୍ତି l ଏହି ଦୁଇ ନେତା ବାଲିଗୁଡ଼ା ରେ ବିଜେଡି କୁ ଶକ୍ତିଶାଳୀ କରିବା ସହ ବିଜେଡି ବିଧାୟକ ପ୍ରାର୍ଥୀ ଚକ୍ରମ ଣୀ କୁ ଜିତାଇ ଥିଲେ l ତେବେ ନିଲମ୍ବନ ପରେ ବିଜେଡି ର ମଙ୍ଗ କିଏ ଧରିବ ବୋଲି ପ୍ରଶ୍ନ ଉଠିଛି l ବିଜେଡି ନେତା କ୍ଳେଶ ପ୍ରଧାନ ଙ୍କୁ ଦଳ ଦାୟିତ୍ବ ଦେଇପାରେ l ସେ ହିଁ ଜଣେ ଟାଣୁଆ ଜଣା ଶୁଣା ନେତା ଭବେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ପରିଚିତ l ଆଗକୁ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ଅଛି l ଏଣୁ ଦଳ କ୍ଳେଶ କୁ ଏହି ଗୁରୁ ଦାୟିତ୍ବ ଦେଇପାରେ ବୋଲି ଚର୍ଚ୍ଚା ହେଉଛି l ତେବେ ବିଜେଡି କି ରଣ ନୀତି ପ୍ରସ୍ତୁତ କରିବ ତାହା ଆଗକୁ ଜଣା ପଡିବ l
