Live Tv

Live Tv

ଉପ ଜିଲ୍ଲାପାଳ ଙ୍କ ଉଦ୍ୟମ ପ୍ରଶଂସନୀୟ,ଗଣ୍ଡ କହଁର ଙ୍କୁ ଭତ୍ତା ମିଳିବ

 ଫୁଲବାଣୀ:କନ୍ଧମାଳ ଉପ ଜିଲ୍ଲା ପାଳ ଭିକାରୀ ସାହୁ ଙ୍କ ନିଷ୍ଠା ପର ଉଦ୍ୟମ ଓ ଆନ୍ତରିକତା ଯୋଗୁଁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ରାଇଗୁଡ଼ା ଗ୍ରାମର ଗରିବ ଅସହାୟ ବୃଦ୍ଧ ଗଣ୍ଡକହଁର ଙ୍କୁ ଅତିଶିଘ୍ର ବାର୍ଦ୍ଧକ୍ୟ ଭତ୍ତା ମିଳିବ l


ତାଙ୍କ ନାଁ ନୂତନ ଭତ୍ତା ତାଲିକା ରେ ଥିବା ଦେଖିବlକୁ ମିଳିଛି l ଗଣ୍ଡ ଭତ୍ତା ଗଣ୍ଡlକ ପାଇବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରିଥିଲେ ସତ୍ତ୍ୱେ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନଥିଲା l ତେବେ ଏ ନେଇ ଖବର ପ୍ରକାଶ ପାଇବା ପରେ ଉପଜିଲ୍ଲାପାଳ ଙ୍କ ନଜର କୂ ଆସିଥିଲା l ଆଉ କାଗଜ ପତ୍ର ଯାଞ୍ଚ ପରେ ଗଣ୍ଡ କହଁର ଙ୍କୁ ଭତ୍ତା ବ୍ୟବସ୍ଥା ହୋଇଥିଲା l ଭତ୍ତା ପାଇବା ଖବର ଶୁଣି ଗଣ୍ଡ କହଁର ଓ ପରିବାର ଲୋକେ ଖୁସି ଅନୁଭବ କରିବା ସହ ଉପ ଜିଲ୍ଲାପାଳ ଭିକାରୀ ସାହୂ ଓ ଜିଲ୍ଲା ପ୍ରଶାସନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି l