Live Tv

Live Tv

ବାଲି ଉଠାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ, କଟକ ଜିଲ୍ଲାପାଳଙ୍କ କଲେ ତାଗିଦ୍

 collector

କଟକ : ସାବଧାନ ବାଲି ମାଫିଆ ।  ବାଲି ଉଠାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ। କଟକ ଜିଲ୍ଲାପାଳଙ୍କ କଲେ ତାଗିଦ୍। କେବଳ ଲଘୁ ଖଣିଜ ସମ୍ପଦ ପାଇଁ ଉଦ୍ଦିଷ୍ଟ ଓ.ଏମ.ଏମ.ସି ନିୟମାବଳୀ ନୁହେଁ, ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ମଧ୍ୟ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ନିଆଳି ଅଞ୍ଚଳରେ ସାମ୍ନାକୁ ଆସିଥିବା ଏହି ସମ୍ପର୍କିତ ଏକ ଘଟଣାରେ ରାଜସ୍ୱ, ଖଣି ଏବଂ ଜଳ ସମ୍ପଦ ବିଭାଗ କର୍ତୁପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ । ବାରଣ ସତ୍ତ୍ୱେ ଯଦି କେଉଁ ବାଲିଘାଟରେ ବାଲି ଉଠୁ ଥାଏ ତେବେ ଜିଲ୍ଲା ପ୍ରଶାସନକୁ ଜଣାଇବାକୁ ଅପିଲ କଲେ ଜିଲ୍ଲାପାଳ। ନଦୀ ଜଳସ୍ତର ବୃଦ୍ଧି ସମୟରେ ବାଲିଘାଟ ଗୁଡିକରୁ ବାଲି ଉଠାଇବା ପାଇଁ ପୂର୍ବରୁ ବାରଣ କରିଛି କଟକ ଜିଲ୍ଲା ପ୍ରଶାସନ।