Live Tv

Live Tv

ବିଜେଡି ର ଶିକ୍ଷା ବଞ୍ଚାଅ ଅଭିଯାନ ଅନୁଷ୍ଠିତ # ଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅ!- ବିଜେଡି ରାଜ୍ୟ ଛାତ୍ର ସଭାନେତ୍ରୀ

ଫୁଲବାଣୀ:କନ୍ଧମାଳ ଛାତ୍ର ବିଜେଡ଼ି ଓ ଯୁବ ବିଜେଡ଼ି କନ୍ଧମାଳ ର ଶିକ୍ଷା ବଞ୍ଚା ଅ ଅଭିଯାନ ର ଛାତ୍ର ବିଜେଡ଼ି ସଭାପତି ସୁନୀଲ କୁମାର ସେଠି ଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ଓ ସଭା ଅନୁଷ୍ଠିତ ହୋଇ ଯାଇଛି! ଏହି ଅବସର ରେ ରାଜ୍ୟ ବିଜେଡ଼ି ଛାତ୍ର ସଭାନେତ୍ରୀ ଇପ୍ସିତା ସାହୁ ଓ ଛାତ୍ର ବିଜେଡ଼ି ସଭାପତି ବାବୁ ଖାନ, ଜିଲ୍ଲା ବିଜେଡ଼ି ସଭାପତି ପଦ୍ମନାଭ ବେହେରା, ପୂର୍ବତନ ମନ୍ତ୍ରୀ ବିଷ୍ନୁପ୍ରିୟା ବେହେରା ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ, ପୂର୍ବତନ ବିଧାୟଜ ଦୁଗୁନି କଂହର, ରାଜୀବ ପାତ୍ର, ଅଙ୍ଗଦ କଂହର, ବିଜେଡି ମହିଳା ସଭା ନେତ୍ରୀ ପୁନମ କଂହର, ଯୁବ ବିଜେଡ଼ି ସଭାପତି ରାକେଶ ମିଶ୍ର, ମୁନିସିପାଲିଟି ଅଧକ୍ଷା ଶ୍ରୀମତୀ ପାୟଲ ବେହେରା, ପୂର୍ବତନ ସଭାନେତ୍ରୀ ଜ଼ିଲ୍ଲା ପରିଷଦ ଆକାଂକ୍ଷା ପ୍ରଧାନ ଆୟୋଜିତ ସଭାରେ ଯୋଗ ଦେଇଥିଲେ ଓ ହଜାର ଛାତ୍ର ଛାତ୍ରୀ, ବିଜେଡ଼ି ନେତା, କର୍ମକର୍ତ୍ତା ବିଜେଡ଼ି ସମ୍ପାଦକ ମାନେ ଯୋଗ ଦେଇଥିଲେ! ରାଲି ମାଦି କୁନ୍ଦା ଛକ ରୁ ଆରମ୍ଭ ହୋଇ ବିଜୁ ପଟ୍ଟନାୟକ ଛକ ଦେଇ ଜିଲ୍ଲା ପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ! ଗଣ୍ଡ ଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବିକରି ସରକାରୀ ବିରୋଧୀ ସ୍ଲୋଗାନ ଦେଇଥିଲେ! ପିଲାଙ୍କୁ ତ୍ରୁଟି ପୁର୍ଣ ବହି ପ୍ରଦାନ କରି ସରକାର ବଡ଼ ଭୁଲ କରିଛନ୍ତି!ନିମ୍ବୁଡା ନିମ୍ବୁଡା ଗୀତ, ଝାଲ ମୁଢି, କର୍ଣ୍ଣାଟକ ଆସେମ୍ବଳିକୁ କୋଣାର୍କ ମନ୍ଦିର ଭଳି ଉଲ୍ଲେଖ ରହିଁଛି ବହିରେ! ଏଭଳି ତ୍ରୁଟି ପୁର୍ଣ ବହି ପଢି ପିଲାଏ ମୂର୍ଖ ହେବେ ଓ ଝାଲମୁଢି ବିକିବେ ଓବଡବଡିଆ ଙ୍କ ଓ ମନ୍ତ୍ରୀଙ୍କ ପିଲା ଲଣ୍ଡନ ରେ ପାଠ ପାଠ ପଢିବେ ବୋଲି ରାଜ୍ୟ ଛାତ୍ର ବିଜେଡ଼ି ସଭା ନେତ୍ରୀ ଇପ୍ସିତା ସାହୁ ଭାଷଣ ପ୍ରସଙ୍ଗ ରେ କହିଥିଲେ! କୋଟି କୋଟି ଟଙ୍କା ରାଜ କୋଶରୁ ଖର୍ଚ୍ଚ କରାଯାଇ ପୁସ୍ତକ ଛପାଇଥିଲେ! ଏବେ ତ୍ରୁଟି ପୁର୍ଣ ବହି କୁ ଠିକ କରିବାପାଇଁ ସରକାର ଙ୍କ ପାଖରେ ପଇସା ନାହିଁ! ନବୀନ ସରକାର ଯିବା ପୂର୍ବରୁ ରାଜ କୋଶରେ କୋଟି କୋଟି ଟଙ୍କା ଥିଲା! ଏବେ ଟଙ୍କା ନାହିଁ ଭତ୍ତା, ଓ ଅଙ୍ଗନ ୱାର୍ଡି କୁ ପୁରା ଦରମା, ନିର୍ବାଚନୀ ଘୋଷଣା କରିଥିବା ତିନିହଜାର ଭତ୍ତା ବୃଧୀ ଟଙ୍କା ଦେବାକୁ ପଇସା ନାହିଁ! କେନ୍ଦ୍ରରେ ନୀଟ ପେପେର ଦୁର୍ନୀତି ପାଈଁ କୋକ୍ରୋଚ (ଜେନ ଜୀ ) ଚପ ରେ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଲେ! ଏବେ ଓଡ଼ିଶାର ତ୍ରୁଟି ପୁର୍ଣ ବହି ପାଈଁ ଶିକ୍ଷା ମନ୍ତ୍ରୀ ନିତ୍ୟା ନନ୍ଦ ଗଣ୍ଡ ଙ୍କ ଇସ୍ତଫା ଜରୁରୀ ବୋଲି ଇପ୍ସିତା କହିଥିଲେ! ବିଜେଡ଼ି ରାଜ୍ୟ କାର୍ଯ୍ୟକାରୀ ସଭାପତି ବାବୁ ଖାନ, କନ୍ଧମାଳଛାତ୍ର ବିଜେଡି ସଭାପତି ସୁନୀଲ କୁମାର ସେଠି, ମହିଳା ସଭାନେତ୍ରୀ ପୁନମ କଂହର, ଜିଲ୍ଲା ଯୁବ ବିଜେଡ଼ି ସଭାପତି ରାକେଶ ମିଶ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଥିଲେ!ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ କେନ୍ଦ୍ରର ଶିକ୍ଷା ଦୁର୍ନୀତି ଓ ରାଜ୍ୟର ତ୍ରୁଟି ପୁର୍ଣ ବହି ଛପାଇବା ସରକାରଙ୍କ ଏକ ମସ୍ତବଡ଼ ଭୁଲ! ବହି ଛପାଇବା ରେ କୋଟି କୋଟି ଟଙ୍କା ପାଣିରେ ପଡିଲା! କେବଳ ଅଫିସର ଙ୍କୁ ଗିରଫ କରି ଦୋଷ ଦେଇ ସରକାର ଖସି ଯିବାକୁ ଚେଷ୍ଟା କରୁଛନ୍ତି!ସେ ମଧ୍ୟ ଶିକ୍ଷା ମନ୍ତ୍ରୀ ନିତ୍ୟା ନନ୍ଦ ଗଣ୍ଡ ଙ୍କ ଇସ୍ତଫା ଦାବିକରିଥିଲେ!ତ୍ରୁଟି ପୁର୍ଣ ବହି ଚ୍ଛପେଇବାରେ ସରକାର ସମ୍ପୂର୍ଣ ରୂପେ ଦାୟୀ ଓ ଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ ଇସ୍ତଫା ଦେବା ଉଚିତ ବୋଲି ଦୃଢୋକ୍ତି କରିଥିଲେ! ବିଜେପି ସରକାର ଜିତି ସରକାର କରିଥିଲେ ମଧ୍ୟ ବିଜେଡ଼ି ବିଜେପି ଦଳ ଠାରୁ ୧୮:୦୦0ଭୋଟ ଅଧିକ ପାଇଛି ବୋଲି ପଦ୍ମ ନାଭ ବେହେରା କହିଥିଲେ! ଦୁଇ ବର୍ଷ ଶାସନରେ ଲକେ ଅତିଷ୍ଠ ହେଲେଣି!ବାଲିଗୁଡା ରେ ରାଜ ନୀତି ହୁଏ ନାହିଁ ବରଂ ବେପାର ନୀତି ହୁଏ! ବାଲିଗୁଡା ବିଧାୟକ ଙ୍କୁ ବିକ୍ରି କରିଦିଆଗଲା ରାଜ୍ୟ ସଭା ନିର୍ବାଚନରେ! ଆମ୍ବେଦକର କହିଥିଲେ ସକ୍ଷିତ ହୁଅ, ସଂଘଠିତ ହୁଅ ଓ ସଂଘର୍ଷ କର.! କିନ୍ତୁ ରାଜ୍ୟ ବିଜେପି ସରକାର ପିଲାଙ୍କୁ ମୂର୍ଖ କରିବାକୁ ଏଭଳି ତ୍ରୁଟି ପୁର୍ଣ ପଦକ୍ଷେପ ନେଇଛନ୍ତି!ବିଜେପି କଥାକୁହା ସରକାର,! ଭାଷଣ ବେଶୀ କାମ କମ! ବିଜୁ ବାବୁ ଓ ନବୀନ ବାବୁ କଥା କମ କିନ୍ତୁ କାମ ବେଶୀ କରି ଯାଇଛନ୍ତି! କନ୍ଧମାଳ ଦିନେ ବିଜେଡ଼ି ର ଦୁର୍ଗ ଥିଲା! ଏବେ ସମୟ ଆସିଛି ସମସ୍ତେ ପୁଣି ସମସ୍ତେ ଏକ ହୋଇ ଏହି ଦୁର୍ନୀତି ସରକାରଙ୍କୁ ହଟାଇବା ଓ କନ୍ଧମାଳର ବିଜେଡ଼ି ଦୁର୍ଗ କୁ ପୁଣି ସୁଦୃଢ କରିବା ବୋଲି ପଦ୍ମ ନାଭ ବେହେରା କହିଥିଲେ!ପୂର୍ବତନ ରାଜ୍ୟ ସମବାୟ ନିଗମର ନିର୍ଦେଶକ ସରୋଜ କର୍ଣ ବିଜେଡିର ୨୪ ବର୍ଷର ଶାସନ ବନାମ ବିଜେପି ର ଦୁଇ ବର୍ଷର ଶାସନ କୁ ଲୋକେ ପରଖିଲେଣି! ଲୋକେ ଦୁଇ ବର୍ଷ ଶାସନରେ ଅତିଷ୍ଠ ହେଲେଣି! ନବୀନ ପଟ୍ଟନାୟକ ନିଜସ୍ୱ ରାଜ୍ୟ ସରକାର ଙ୍କ ପାଣ୍ଠି ରେ କନ୍ଧମାଳ ମେଡିକାଲ କଲେଜ କରିଛନ୍ତି! କୌଣସି କେନ୍ଦ୍ର ର ପାଣ୍ଠି ବିନିଯୋଗ ହୋଇନାହିଁ! କେବଳ ବିଜେପି ସରକାର ମେଡିକାଲ କଲେଜ ର ରଙ୍ଗ ବଦଳେଇଛି ବୋଲି ସମାଲୋଚନା କରିଥିଲେ! କନ୍ଧମାଳ ବିଜେଡ଼ି ସାଧାରଣ ସମ୍ପାଦକ, ସତ୍ୟ ନାରାୟଣ ବେହେରା ଓ ରାଧାମୋହନ ମହାପାତ୍ର ରାଲି ଓ ସଭାର ଆୟୋଜନ କରିଥିଲେ! ମାନ୍ୟବର ରାଜ୍ୟ ପାଳ ଓ ରାଷ୍ଟ୍ର ପତି ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ରଅତିରିକ୍ତ ଜିଲ୍ଲା ପାଳ କୁଶଳ ନାୟକ ଙ୍କୁ ପ୍ରଦାନ କରିଥିଲେ ଇପ୍ସିତା ସାହୁ, ସୁନୀଲ ସେଠି, ବାବୁ ଖାନ, ରାକେଶ ମିଶ୍ର ଙ୍କ ସମେତ ବହୁ ଯୁବ ବିଜେଡ଼ି ନେତା ଯୋଗ ଦେଇଥିଲେ l ଶେଷରେ ଉତ୍ୟକ୍ତ ଯୁବ ଓ ଛାତ୍ର ନେତା ଶିକ୍ଷାମନ୍ତ୍ରୀ ନିତ୍ୟା ନନ୍ଦ ଗଣ୍ଡ ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ l