Live Tv

Live Tv

ଆଜି ଦକ୍ଷିଣମୋଡ଼ କରିବେ ତିନି ରଥ

 puri

ପୁରୀ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି । ଗତକାଲି ହେରାପଞ୍ଚମୀ ନୀତି ଶେଷ ହେବା ପରେ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଆଜି ତିନି ରଥ ଦକ୍ଷିଣ ମୋଡ଼ କରାଯିବ । ତିନି ରଥଗୁଣ୍ଡିଚାଘର ସିଂହଦ୍ୱାର ସମ୍ମୁଖରୁ ଟଣା ହୋଇ ଶରଧାବାଲିରେ ପହଞ୍ଚିବେ । ଏଣୁ ବଡ଼ଦାଣ୍ଡରେ ଆରମ୍ଭ ହୋଇଛି ପ୍ରସ୍ତୁତି । ବଡ଼ଶଙ୍ଖ ନିକଟରୁ ମୁକ୍ତାକାଶ ରଙ୍ଗମଞ୍ଚ ପର୍ଯ୍ୟନ୍ତ ବାଲି ପଡିଛି । ରଥ ଚାଳନାରେ ଏହା ସହଯୋଗ ହେବ ।

ଆଜି ସକାଳଧୂପ ପରେ ଠାକୁରଙ୍କ ନିକଟରୁ ଆଜ୍ଞାମାଳ ରଥକୁ ବିଜେ ହେବାପରେ ରଥଟଣା ଆରମ୍ଭ ହେବ । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ, ପରେ ବଡଠାକୁରଙ୍କ ତାଳଧ୍ୱଜ ରଥ ଓ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆସି ନାକଚଣା ଦ୍ୱାର ସମ୍ମୁଖରେ ପହଞ୍ଚିବ । ତେଣୁ ଦକ୍ଷିଣମୋଡ଼ରେ ରଥ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିବାକୁ ପ୍ରସ୍ତୁତ ରହିବ ।

ସେପଟେ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ ନ ପାଇବାରୁ ଅଭିମାନୀ ମା’ ଲକ୍ଷ୍ମୀ ଠାକୁରାଣୀ ଅପମାନ ଓ ରାଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭାଙ୍ଗିବା ସହ ନିରାଡ଼ମ୍ବର ଶୋଭାଯାତ୍ରାରେ ପୁନର୍ବାର ଶ୍ରୀମନ୍ଦିରକୁ ଫେରି ଯାଇଛନ୍ତି ।