Live Tv

Live Tv

ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ମହାପାପ କହିଲେ ପ୍ରଧାନମନ୍ତ୍ରୀ, ଛାତ୍ରଙ୍କ ଭବିଷ୍ୟତ ସହ ଖେଳିଲେ ମିଳିବ କଠୋର ଦଣ୍ଡ

 neet paper leak

ନୂଆଦିଲ୍ଲୀ : ଏନଡିଏ ବୈଠକରେ ଉଠିଲା ନିଟ-UG ପ୍ରଶ୍ନପତ୍ର ଲିକ୍ ମାମଲା । ପ୍ରଶ୍ନପତ୍ର ଲିକ୍ ମାମଲାରେ ସରକାରଙ୍କ ପଦକ୍ଷେପକୁ ଦୃଢ଼ ଭାବେ ସମର୍ଥନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପେପର ଲିକ୍ କୁ ଘୋର ପାପ ବୋଲି କହିଛନ୍ତି । ଦିଲ୍ଲୀରେ ଛାତ୍ରଙ୍କ ବିଶାଳ ବିକ୍ଷୋଭ ଓ ସଂସଦର ମୌସୁମୀ ଅଧିବେଶନରେ ହଙ୍ଗାମା ପରେ ପ୍ରଧାନମନ୍ତ୍ରୀ ବୟାନକୁ ଗୁରୁତ୍ବ ଦିଆଯାଉଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କ ସୂଚନା ଅନସାରେ ପ୍ରଧାନମନ୍ତ୍ରୀ ଏନଡିଏ ସାଂସଦଙ୍କ ଆଗରେ ସରକାରଙ୍କ ପଦକ୍ଷେପ ବିଷୟରେ କହିଛନ୍ତି । ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୩ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ଓ ସେମାନେ ଏବେ ଜେଲରେ ଅଛନ୍ତି। ଭବିଷ୍ୟତରେ ପ୍ରଶ୍ନପତ୍ର ଲିକ୍ ରୋକିବା ରାଜନୀତିରୁ ଉର୍ଦ୍ଧ୍ୱରେ ଦେଶବ୍ୟାପୀ ସାମୂହିକ ଦାୟିତ୍ୱ ହେବା ଉଚିତ ।

ପ୍ରକୃତ ଆଶାୟୀଙ୍କ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ସରକାର ତୁରନ୍ତ ଦେଶବ୍ୟାପୀ ନୀଟ୍ ପୁନଃ-ପରୀକ୍ଷା ଆୟୋଜନ କରିଛନ୍ତି । ପ୍ରଶ୍ନପତ୍ର ଲିକ୍ କରୁଥିବା ମାଫିଆଙ୍କ ବିରୋଧରେ କଠୋର ଆଇନଗତ ଦଣ୍ଡବିଧାନ ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି । ଫଳରେ ଭବିଷ୍ୟତ ପାଇଁ ଚେତାବନୀ ରହିବ । ପିଲାଙ୍କୁ ଉସୁକାଇବା କିମ୍ବା ସେମାନଙ୍କୁ ଅଶାନ୍ତି ପଥକୁ ନେବା ପାଇଁ ମୋଦି ରାଜନୈତିକ ନେତାଙ୍କୁ ବାରଣ କରିଛନ୍ତି । ସେମାନଙ୍କୁ ସଠିକ୍ ମାର୍ଗ ଦେଖାଇବାକୁ ଅନୁରୋଧ କରିଛନ୍ତି ।