Live Tv

Live Tv

ବେଆଇନ ଗଚ୍ଛିତ ବାଲିକୁ ନିଲାମ କଲା ଖଣିବିଭାଗ

 land b

ଜଳେଶ୍ଵର: ବେଆଇନ ଗଚ୍ଛିତ ବାଲିକୁ ନିଲାମ କଲା ଖଣିବିଭାଗ । ସୁବର୍ଣ୍ଣରେଖାରୁ ଉତ୍ତୋଳନ ହୋଇଥିବା ବେଆଇନ ବାଲିକୁ ଆଜି ନିଲାମ କରିଛି ପ୍ରଶାସନ। ବାଲେଶ୍ବର ଜିଲ୍ଲା ଜଳେଶ୍ଵର ତହସିଲ ଏକତାଳି ନିକଟରେ ଥିବା ବାଲିକୁ ନିଲାମ କରାଯାଇଛି । ଉତ୍ତୋଳନ ବାଲିକୁ ନଦୀ ପାର୍ଶ୍ବରେ ଏକ ସରକାରୀ ଜାଗାରେ ୧୦ ହଜାର ସିଏମ ବାଲି ଲୁଚାଇ ରଖିଥିଲେ ବାଲି ମାଫିଆ । କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲା ପ୍ରଶାସନ ଏହାକୁ ଜବତ କରିଥିଲା । ଆଜି ଏହି ବାଲିକୁ ୮୪ ଲକ୍ଷ ୪୭ ହଜାର ଟଙ୍କାରେ ନିଲାମ କରିଛି । ତେବେ ମାଫିଆମାନେ ସୁବର୍ଣ୍ଣରେଖା ନଦୀରୁ ବେଆଇନ ଭାବେ ପ୍ରତିଦିନ ଜେସିବି, ହାଇଓ୍ବା, ଡମ୍ପର ଓ ଟ୍ରାକ୍ଟର ଯୋଗେ ହଜାର ହଜାର ସିଏମ ବାଲି ଉତ୍ତୋଳନ କରି ଚୋରା ଚାଲାଣ କରୁଛନ୍ତି । ଏଥିଯୋଗୁ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ରାଜ୍ୟ ସରକାର। ଜଳେଶ୍ଵର, ବସ୍ତା ଓ ବାଲିଆପାଳର ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ସିଏମ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି। ।