ମହାରାଷ୍ଟ୍ର : ମହାରାଷ୍ଟ୍ର ବର୍ଦ୍ଧା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସମୃଦ୍ଧି ଏକ୍ସପ୍ରେସରେ ଦ୍ରୁତଗାମୀ ଟ୍ରକ ଏବଂ କାର୍ ମଧ୍ୟରେ ଭୟଙ୍କର ଧକ୍କା ହେବା ଯୋଗୁଁ ୫ ଜଣଙ୍କ ଜୀବନ ଚାଲିଯାଇଛି । ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ରହିଛନ୍ତି । ଦୁର୍ଘଟଣା ପରେ ପୁଲଗାଓଁ ପୋଲିସ ଷ୍ଟେସନର ନିକଟ ବିରୁଲ ଇଣ୍ଟରଚେଞ୍ଚ ନିକଟରେ ହୋଇଛି ।
ଖବର ମୁତାବକ, ଟ୍ରକ ଏବଂ କାର ମଧ୍ୟରେ ଜୋରଦାର ଧକ୍କା ହୋଇଛି । ଧକ୍କା ଏତେ ଭୟଙ୍କର ଥିଲା ଯେ, ଟ୍ରକ ତଳ କାର୍ ତଳେ ଚାପି ହୋଇଯାଇଥିଲା ଆଉ ଟ୍ରକରେ ନିଆଁ ଲାଗିଯାଇଥିଲା । ଟ୍ରକରେ ଲଙ୍କା ଲୋଡ ହୋଇଥିଲା । ଦୁର୍ଘଟଣାରେ କାରରେ ଥିବା ୪ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଟ୍ରକ ଡ୍ରାଇଭରଙ୍କ ଜୀବନ ଚାଲିଯାଇଥିବା ବେଳେ ଜଣେ ଗୁରୁତର ରହିଛନ୍ତି ।
ଘଟଣା ବିଷୟରେ ସୂଚନା ମିଳିବା ପରେ ହାଇୱେ ପୋଲିସ ଏବଂ ପୁଲଗାଓଁ ପୋଲି ତୁରନ୍ତ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା । ଦୁର୍ଘଟଣା ପରେ ସମୃଦ୍ଧିଏକ୍ସପ୍ରେସ ୱେରେ ଟ୍ରାଫିକ ଜାମ୍ ହୋଇଥିଲା । ଏକ୍ସପ୍ରେସ ୱେରେ ଯାତାୟତ ସାମାନ୍ୟ କରାଯାଇଥିଲା । ମୃତଦେହ ବ୍ୟବଚ୍ଛେଦ ପାଇଁ ପୋଲିସ ପୁଲଗାଓଁ ଗ୍ରାମୀଣ ହସପିଟାଲକୁ ପଠାଇଛି । ପୋଲିସ ମାମଲାର ଯାଞ୍ଚ କରୁଛି ।
