Live Tv

Live Tv

ଫୁଲବାଣୀ ଖଲିଆ ବନ୍ଧର ଡ୍ରେନ ପାଣି ନିଷ୍କାସନ ନେଇ ତଦାରଖ କଲେ ଜିଲ୍ଲାପାଳ

ଫୁଲବାଣୀ :ଫୁଲବାଣୀ ସହର ର ସର୍କୁଲାର ରାସ୍ତା ର ବସ ଷ୍ଟାଣ୍ଡ ନିକଟ ରେ ଥିବା ଖଲିଆ ବନ୍ଧ ର ଜଳ ବର୍ଷl ଦିନରେ ରାସ୍ତାଉପରେ ଓ଼ଭର ଫ୍ଲୋ ହୋଇ ଯିବା ଫଳରେ ଗାଡି ମୋଟର ଏପରିକି ଚାଲି ଚାଲି ଯିବା ଆସିବାରେ ପ୍ରତିବନ୍ଧକ ହେଉଛି ଓ ଦୀର୍ଘ ଦିନ ଧରି ରାସ୍ତା ଜଳ ମଗ୍ନ ହେଇ ରହୁଛି! ଦୀର୍ଘ ୨୦ ବର୍ଷ ହେଲା ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି! ଏହି ସମସ୍ୟା ଫୁଲବାଣୀ ମୁନିସିପାଲିଟି ଅଧିନସ୍ଥ କେତେକ ସାହି ର ଜଳ ବନ୍ଦୀ ସମସ୍ୟା ଭଳି କୁହାଯାଉଛି l ଏ ନେଇ ବୁଦ୍ଧିଜୀବୀସ୍ଥାନୀୟ ଲୋକେ ଅଭିଯୋଗ କଲେ ସେତେବେଳେ ମୁନସିପାଲିଟି କତ୍ତୃପକ୍ଷ ବନ୍ଧ ତାଙ୍କର ନୁହେଁ ବୋଲି କହି ଦୋଷ ଖସାଇ ଦେଉଛନ୍ତି l ଏ ପଟେ ମତ୍ସ୍ୟ ବିଭାଗ ମଧ୍ଯ ବନ୍ଧ ତାଙ୍କର ନୁହେଁ କହି ସମସ୍ୟା ଏଡାଇ ଯାଉଥିଲେ! ଏଭଳି ଅଭିଯୋଗ ପାଇ କନ୍ଧମାଳ ଜିଲ୍ଲା ପାଳ ବେଦ ଭୂଷଣ ନିଜେ ଖଲିଆବନ୍ଧ କୁ ଯାଇ ଡ୍ରେନଜ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ ଓ ମୁନସିପାଲିଟି ଈଓ ସମରେଶ ମହାନ୍ତି କୁ ଜଳ ନିଷ୍କାସନ ପାଈଁ ମାଟି ତଳେ ପୋତି ହୋଇଥିବା ପୁରୁଣା ଡ୍ରେନ କୁ ଖୋଳି ପାଣିକୁ ଫିସେରୀ ମୁଖ୍ୟ ଡ୍ରେନ ସହ ସଂଯୋଗ କରିବାକୁ ନିର୍ଦେଶ ଦେଇଥିଲେ! କ୍ଷେତ୍ର ପରିଦର୍ଶନ ବେଳେ ଜଣା ପଡିଥିଲା ଯେ ଫିସେରୀ ବିଭାଗ ପାଚେରି ନିର୍ମାଣ ବେଳେ ଡ୍ରେନ ପୋତି ହୋଇଯାଇଥିଲା ଫଳରେ ଜଳ ନିଷ୍କାସନ ହୋଇ ପାରୁନାହିଁ ବୋଲି ଲୋକେ ଅଭିଯୋଗ କରି ଥିଲେ! ଉଲ୍ଲେଖ ଯୋଗ୍ୟ ଯେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ର ପାଣ୍ଠି ଏହି ଯୋଜନାରେ ପୂର୍ବରୁ ଅର୍ଥ ଖର୍ଚ୍ଚ ହୋଇଥିଲl ବୋଲି ସମାଜ ସେବୀ ଅଶୋକ କୁମାର ପରିଡା କହିଛନ୍ତି! ତେବେ ଜିଲ୍ଲା ପାଳ ବେଦ ଭୂଷଣ ଙ୍କ ହସ୍ତକ୍ଷେପ ପରେ ଖଲିଆ ବନ୍ଧ ର ପୁନରୁଦ୍ଧାର ସହ ଜଳ ନିଷ୍କାସନ ହେବ ବୋଲି ଗ୍ରାମବାସୀ ଆଶl ପ୍ରକଟ କରିଛନ୍ତି l