ବଣାଇ: ବଣାଇ ମେଡିକାଲ ଭିତରେ ପଶିଲା ପାଣି । ରୋଗୀ ହନ୍ତସନ୍ତ । ସୁନ୍ଦରଗଡ ଜିଲ୍ଲା ବଣାଇରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଲାଗି ରହିଛି ।ପ୍ରାୟ ୧୨ଘଣ୍ଟାରୁ ଅଧିକ ହେବ ଅଧିକାଂଶ ସ୍ଥାନରେ ବିଦ୍ୟୁତ ସେବା ଠପ ହୋଇଯାଇଛି । ଅନ୍ଧାରରେ ରହିଛନ୍ତି ବଣାଇ ବାସିନ୍ଦା । ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ବର୍ଷା ପାଣି ପଶି ରୋଗୀ ସେବା ବ୍ୟାହାତ ହୋଇଛି । ବିଦ୍ୟୁତ ସେବା ଓ ଜେନେରଟର ଅଚଳ ହେବା ପରେ ଅନ୍ଧାରରେ ରୋଗୀ ହନ୍ତସନ୍ତ ହୋଇଛନ୍ତି । ମେଡିକାଲର ମହିଳା ୱାର୍ଡରେ କିଛି ରୋଗୀ ତଳେ ଶୋଇଥିବା ବେଳେ ହଠାତ ପାଣି ପଶିଥିଲା । ସେଠାରୁ ରୋଗୀ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିଲେ ।