Live Tv

Live Tv

ଆଇଏଏସ ସ୍ତରରେ ବଡ ଅଦଳବଦଳ : ବିଏମସି କମିଶନର ହେଲେ ଚଂଚଳ ରାଣା ଓ ରୁପା ରୋଶନ ସାହୁ ରାଜ୍ୟପାଳଙ୍କ ସଚିବ

ଭୁବନେଶ୍ଵର - ଆଇଏଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳ । ମଙ୍ଗଳବାର ରାତି ପ୍ରାୟ ୧୦ଟା ବେଳକୁ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ଯେଉଁଥିରେ ମୋଟ ୪୯ଜଣ ଅଧିକାରୀଙ୍କ ବଦଳି ହେବା ସହିତ କିଛି ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ବଦଳିଛନ୍ତି ।
  ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାର ପୁରୀ ଜିଲ୍ଲାପାଳ ଚଞ୍ଚଲ ରାଣାଙ୍କୁ ଭୁବନେଶ୍ବର ମହାନଗର ନଗମ (ବିଏମ୍‌ସି)ରେ କମିସନର ପଦବିରେ ନିଯୁକ୍ତି ଦେଇଛନ୍ତି। ବରିଷ୍ଠ ଆଇଏଏସ୍‌ ଅଧିକାରୀ ରୁପା ରୋଶନ ସାହୁଙ୍କ ରାଜ୍ୟପାଳଙ୍କ ସଚିବ ଭାବେ ନିଯୁକ୍ତି ମିଳି ଥିବା ବେଳେ ସଚିନ ରାମଚନ୍ଦ୍ର ଯାଦବଙ୍କ ହାତରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ଦାୟିତ୍ବ ଦିଆଯାଇଛି। 
ଭୁପେନ୍ଦ୍ର ସିଂ ପୁନିଆ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ନିଯୁକ୍ତ କରାଯାଇଥିବା ବ‌େଳେ ଗୁହା ପୁନମ ତାପସ କୁମାରଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଭାବେ ଅତିରିକ୍ତ ଦାୟିତ୍ବ ହସ୍ତାନ୍ତର କରାଯାଇଛି। ସଞ୍ଜୀବ କୁମାର ମିଶ୍ର ଅର୍ଥ ବିଭାଗର ପ୍ରମୁଖ ସଚିବ ନିଯୁକ୍ତ ହୋଇଥିବା ବେଳେ ହେମନ୍ତ ଶର୍ମାଙ୍କୁ ଲୋକସଂପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି କ୍ରୀଡ଼ା ଓ ଯୁବ ସେବା ବ୍ୟାପାର ସଚିବ ଭାସ୍କରଜ୍ୟୋତି ଶର୍ମାଙ୍କୁ ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ବଦଳି ହୋଇଥିବା ବେଳେ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଦକ୍ଷିଣାଞ୍ଚଳ ଆରଡିସି ଭାବେ ନିଯୁକ୍ତ ଦିଆଯାଇଛି। ବିଜୟ କୁମାର ଦାସ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି। ଚଞ୍ଚଲ ରାଣାଙ୍କ ସ୍ଥାନରେ ରାଜ୍ୟ ସରକାର ୨୦୧୬ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ପୁରୀ ଜିଲ୍ଲାପାଳ ଭାବେ ବଦଳି କରିଛନ୍ତି। ସେ ଏବେ ଗଞ୍ଜାମ ଜିଲ୍ଲାପାଳ ଅଛନ୍ତି। ରାଜ୍ୟ ସରକାର କିଛି ଜିଲ୍ଲାରେ ଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି। ଏହି କ୍ରମରେ ସୋମେଶ କୁମାର ଉପାଧ୍ୟାୟଙ୍କୁ ମାଲକାନଗିରି ଓ ଶୁଭଙ୍କର ମହାପାତ୍ରଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି। ସେହିପରି ଆଶିଷ ଈଶ୍ବର ପାଟିଲ୍‌ଙ୍କୁ ଢେଙ୍କାନାଳ, କୀର୍ତ୍ତି ଭାସନଙ୍କୁ ଗଞ୍ଜାମ, ମନୋଜ ସତ୍ୟବାନ ମହାଜନଙ୍କୁ କୋରାପୁଟ୍, ବେଦଭୂଷଣଙ୍କୁ କନ୍ଧମାଳ, ଅମ୍ରିତ ଋତୁରାଜଙ୍କୁ ଖୋର୍ଦ୍ଧା, କୁଲକର୍ଣ୍ଣି ଆଶୁତୋଷ ସିଂହଙ୍କୁ ରାୟଗଡ଼ା, ମଧୁସ୍ମିତାଙ୍କୁ ଗଜପତି, ଚୌହାନ କୁନାଲ୍ ମୋତିରାମଙ୍କୁ ଝାରସୁଗୁଡ଼ା ଓ ବିଭୂତି ଭୂଷଣ ନାୟକଙ୍କୁ ବୌଦ୍ଧ ଓ ନୃପରାଜ ସାହୁଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। 
ଚଞ୍ଚଳ ରାଣା ହୋଇଛନ୍ତି ବିଏମସିର ନୂଆ କମିସନର 
ଦିବ୍ୟଜ୍ୟୋତି ପରିଡ଼ା ହେଲେ ପୁରୀର ଜିଲ୍ଲାପାଳ
ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ଦାୟିତ୍ଵ ଅମ୍ବର କୁମାର କର ଜିଲ୍ଲାପାଳ ଯାଜପୁର ଜିଲ୍ଲାପାଳ ହେଲେ କୀରନଦୀପ କୌର ହେଲେ ସିଏମ୍‌ସି କମିସନର 
ସୋମେଶ ଉପାଧ୍ୟାୟ ମାଲକାନଗିରି ଜିଲ୍ଲାପାଳ ହେଲେ 
ଆଶିଷ ଈଶ୍ୱର ପାଟିଲ ଢେଙ୍କାନାଳ ଜିଲ୍ଲାପାଳ 
ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ମିଳିଲା ପୁରୀ ଜିଲ୍ଲାପାଳ ଦାୟିତ୍ୱ 
ଅମ୍ବର କୁମାର କର ଯାଜପୁର ଜିଲ୍ଲାପାଳ ହେଲେ 
ଶୁଭଙ୍କର ମହାପାତ୍ର ସୁନ୍ଦରଗଡ଼ ଜିଲ୍ଲାପାଳ ହେଲେ 
କିର୍ଥୀ ଭାସନ ଗଞ୍ଜାମ ଜିଲ୍ଲାପାଳ ହେଲେ