Live Tv

Live Tv

ଶଙ୍କରାଖୋଲ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ସ୍ବାଗତ ଉତ୍ସବ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ କାଯାଇଥିଲା । ଏଥିରେ ବିଦ୍ୟାଳୟର ସମସ୍ତ ବିଭାଗ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ନିଜର ପରିଚୟ ପ୍ରଦାନ କରିବା ସ‌ହିତ ନିଜର ଶିକ୍ଷାଦାନ ବିଷୟରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ । ଏହି ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟର ନୀତି ନିୟମ, ସମସ୍ତ ସୁବିଧା ବିଷୟରେ ସଚେତନ କରାଯିବା ସହିତ ବିଦ୍ୟାଳୟ ପରିସରରେ ଶୃଙ୍ଖଳା, ଶ୍ରେଣୀରେ ୭୫ ପ୍ରତିଶତ ଉପସ୍ତାନ ବିଭିନ୍ନ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣକୁ ଗୁରୁତ୍ବ ଦିଆଯାଇଥିଲା । ଶିକ୍ଷାନୁଷ୍ଠାନରେ ପରିସରରେ ରାଗିଙ୍ଗ, ନିର୍ଯ୍ୟାତନା, ଅଶ୍ଳୀଳତା ଆଦି ଘଟନାରେ  ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସତର୍କ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ୨୫୦ ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲା ବେଳେ ଅଧ୍ୟାପକ ଡଃ ବାବୁଲା ପାଟଜୋଶୀ କର୍ମଚାରୀଙ୍କ ପରିଚୟ ପ୍ରଦାନ କରିବା ସହିତ ଆୟୋଜିତ ଉତ୍ସବର ଉଦ୍ଦେଶ୍ୟ ସମ୍ୱଦ୍ଧରେ ସଂକ୍ଷିପ୍ତ ସୂଚନା ରଖିଥିଲେ । ଅଧ୍ୟାପକ ଶ୍ରୀଯୁକ୍ତ ରାମକୃଷ୍ଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।