Live Tv

Live Tv

ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର, ଏକକାଳୀନ ୬ଟି ସ୍ଥାନରେ ଚଢାଉ

ଜୟପୁର: ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକଙ୍କ ଘରେ ଓ କାର୍ଯ୍ୟାଳୟରେ ରେଡ୍ ।




ଜୟପୁର ଓ ଭୁନେଶ୍ବରର ଏକକାଳୀନ ୬ଟି ସ୍ଥାନରେ ଚଢାଉ ଚାଲିଛି । ଯାଞ୍ଚ ବେଳେ ମିଳିଛି ନଗଦ ୩ ଲକ୍ଷ ୫୦ ହଜାର ଟଙ୍କା । ଜୟପୁର ପିଆର ପେଟାରେ ଥିବା ପୈତୃକ ଘର, ଗୋଲଡେନ ହାଇଟ ଆପାର୍ଟମେଂଟରେ ଥିବା ଦୁଇଟି ଫ୍ଲାଟରେ ଚାଲିଛି ଚଢାଉ । ସେହିପରି ବନେଶ୍ୱର ରଘୁନାଥପୁରରେ ଥିବା ଭାଇଙ୍କ ଫ୍ଲାଟରେ ମଧ୍ୟ ଚାଲିଛି ରେଡ୍ । ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚଢ଼ାଉ ଚାଲିଛି । ସାମିଲ ଅଛନ୍ତି ୬ ଡ଼ିଏସପି, ୫ ଇନିସ୍ପେକ୍ଟରଙ୍କ ସମେତ ୯ଜଣ ଏଏସଆଇ ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ ।