ବାରଙ୍ଗ: ମରଣଯନ୍ତା ପାଲଟିଛି ବାରଙ୍ଗ ମୁଖ୍ୟ ରାସ୍ତା । ତ୍ରିଶୂଳିଆରୁ ବାଙ୍କୀ, ଆଠଗଡ଼ ଓ ସମ୍ବଲପୁରକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ବଡ଼ ବଡ ଗର୍ତ୍ତ ସୃଷ୍ଟି ହୋଇଛି। ସେହିପରି ସୁବାଷ ସେତୁରୁ ବାରଙ୍ଗ ଥାନା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡିଛି। ଗୋଡ଼ିସାହି ସ୍ଥିତ ପୁରୀ ମୁଖ୍ୟ କେନାଲ ସେତୁ ଉପରେ ଓ ଷଣ୍ଢପୁର ରେଳ ଅଣ୍ଡରପାସ ତଳେ ଖାଲ ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ପୂର୍ତ୍ତ ବିଭାଗ ଏବଂ ଅନୁମୋଦିତ ଠିକା ସଂସ୍ଥାର ବିଭାଗୀୟ ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକାରେ ଅତି ନିମ୍ନମାନର କାମ ହୋଇଛି।
ବର୍ଷା ସମୟରେ ରାସ୍ତାରେ ହୋଇଥିବା ଖାଲରେ ପାଣି ପଶି ଅଧିକ ବିପଦ ସୃଷ୍ଟି କରୁଛି। ଏହାର ମରାମତି ପାଇଁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ରାସ୍ତା ଓ କୋଠାବାଡ଼ି ବିଭାଗର ଅଧିକାରୀ ଓ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକାର ମିଳିପାରି ନାହିଁ। ଏହାର ସ୍ଥାୟୀ ସମାଧାନ ପାଇଁ ଅଞ୍ଚଳବାସୀ ଏବେ ଦାବି କରିଛନ୍ତି ।
