Live Tv

Live Tv

ଆସନ୍ତା ଅଗଷ୍ଟ ୧ ରେ ଜିଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ଶିବିର: ସାଂସଦ, ବିଧାୟକ, ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ରହିବେ

 ଫୁଲବାଣୀ:କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୦୧.୦୮.୨୦୨୫ (ଶନିବାର) ଦିନ ଫୁଲବାଣୀସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସଦଭାବନା ସଭାଗୃହଠାରେ ଏକସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହେବାକୁ ଯାଉଛି।ଏହି ଶିବିର ଅପରାହ୍ନ ୩:୩୦ ମିନିଟ୍‌ରୁ ସନ୍ଧ୍ୟା ୫:୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ।ଏହି ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ କନ୍ଧମାଳର ସାଂସଦ ଏବଂ ବିଧାୟକ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହିବେ।




ଏହା ସହିତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ (SP) ଏବଂ ଜିଲ୍ଲାର ସମସ୍ତ ବିଭାଗୀୟ ମୁଖ୍ୟ ତଥା ପଦାଧିକାରୀ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ଓ ଅଭିଯୋଗର ସିଧାସଳଖ ଶୁଣାଣି କରିବେ।ଜିଲ୍ଲାର ସମସ୍ତ ସାଧାରଣ ନାଗରିକ ଓ ଜନସାଧାରଣଙ୍କୁ ନିଜ ନିଜର ବ୍ୟକ୍ତିଗତ ତଥା ସାମୂହିକ ଅଭିଯୋଗ ଓ ସମସ୍ୟାଗୁଡ଼ିକୁ ଏହି ସ୍ୱତନ୍ତ୍ର ଶିବିରରେ ଉପସ୍ଥାପନ କରି ଏହାର ସମାଧାନ ପାଇଁ ସୁଯୋଗ ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇ ଥିବା ନେଇ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ସଂସ୍କୃତି ଅଧିକାରୀ ନଳିନୀ କାନ୍ତ ସାହୂ କହିଛନ୍ତି l