Live Tv

Live Tv

ଫାଇନାଲ ସରିବା ପରେ ଆର୍ଜେଣ୍ଟିନା ଏବଂ ସ୍ପେନ ଖେଳାଳିଙ୍କ ମଧ୍ୟରେ ଜୋରଦାର ପାଟିତୁଣ୍ଡ, ଫିଫା ନେଲା ଆକ୍ସନ

 FIFA

ଫିଫା ଫାଇନାଲରେ ହାରିବାକୁ ନେଇ ସହଜରେ ଗ୍ରହଣ କରିପାରିନାହାନ୍ତି ଆର୍ଜେଣ୍ଟିନା ଫ୍ୟାନ୍ସ । ମ୍ୟାଚ ସରିବା ପରେ ସ୍ପେନ ଖେଳାଳି ଆର୍ଜେଣ୍ଟିନା ଖେଳାଳିଙ୍କ ସହିତ ପାଟିତୁଣ୍ଡ କରିଥିଲେ । ନ୍ୟୁୟର୍କ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ସରିବା ପରେ ଆର୍ଜେଣ୍ଟିନା ଏବଂ ସ୍ପେନ ଖେଳାଳିଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ପରିସ୍ଥିତି ଏପରି ହେଲା ଯେ, କୋଚ୍ ଏବଂ ସପୋର୍ଟ ଷ୍ଟାଫ ମଇଦାନକୁ ଆସି ଖେଳାଳିଙ୍କୁ ରୋକିଥିଲେ । ଏହି ବିବାଦ ପରେ ଫିଫା ଆକ୍ସନ ନେଇଛି ।

ଫିଫା ବିଶ୍ବକପ ୨୦୨୬ ଫାଇନାଲ ମ୍ୟାଚରେ ସ୍ପେନ ଆର୍ଜେଣ୍ଟିନାକୁ ୧-୦ରେ ହରାଇଛି । ଫାଇନାଲରେ ପରାଜୟ ପରେ ଆର୍ଜେଣ୍ଟିନା ଖେଳାଳି ସହଜରେ ଗ୍ରହଣ କରିନଥିଲେ । ପ୍ରଥମେ ଧକ୍କା ମୁଥାରୁ ଆରମ୍ଭ ହୋଇ ଘଟଣା ଗମ୍ଭୀର ରୂପ ନେଇଥିଲା । ଆର୍ଜେଣ୍ଟିନା ଖେଳାଳି ସ୍ପେନ ଖେଳାଳିଙ୍କ ଉପରେ ହାତ ଉଠାଇଥିଲେ । ଦୁଇ ଟିମର ଖେଳାଳିଙ୍କ ମଧ୍ୟରେ ମାରପିଟର ଭିଡିଓ ଏବେ ଭାଇରଲ ହେଉଛି । ଭିଡିଓରେ ଝଗଡା ଆରମ୍ଭ ହେବା ପରେ ଆର୍ଜେଣ୍ଟିନା ହେଡ କୋଚ୍ ମଇଦାନକୁ ଓହ୍ଲାଇଥିଲେ । ପରିସ୍ଥିତିକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ । ଖେଳାଳିଙ୍କୁ ପରସ୍ପର ଠାରୁ ଅଲଗା କରିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ିନଥିଲା ।

ସାମ୍ନାକୁ ଆସିଥିବା ଭିଡିଓରେ ଆର୍ଜେଣ୍ଟିନା ଖେଳାଳି ଲିଏଣ୍ଡ୍ରା ପେରେଡସ୍କୁ ସ୍ପେନର ଗୋଭି ଏବଂ ଏରିକ ଗାରାସିୟା ସହିତ ମାରପିଟ୍ କରୁଥିବା ଦେଖିବାକୁ ମିଳିଥିଲା । ମାରପିଟ୍ ଫାଇନାଲ ମ୍ୟାଚ ଶେଷ ହେବା ପରେ ଦେଖିବାକୁ ମିଳିଥିଲା ।

ଆର୍ଜେଣ୍ଟିନା ଏବଂ ଖେଳାଳିଙ୍କ ମଧ୍ୟରେ ହୋଇଥିବା ମାରପିଟ୍ ଯୋଗୁଁ ଫିଫା ଆକ୍ସନ ଗ୍ରହଣ କରିଛି । ଆର୍ଜେଣ୍ଟିନା ଖେଳାଳିଙ୍କୁ ଦୋଷୀ ସାବ୍ୟସ୍ତ କରି ରେଡ୍ କାର୍ଡ ଦେଖାଇଥିଲେ ।