Live Tv

Live Tv

ବନ୍ୟାର କରାଳ ରୂପ, ଭୋକ ଉପାସରେ ୧୫ରୁ ଅଧିକ ପରିବାର

 flood

ବାସୁଦେବପୁର: ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ବିଭିନ୍ନ ପଞ୍ଚାୟତ ବର୍ତ୍ତମାନ ବନ୍ୟା ପାଣିରେ ପ୍ରଭାବିତ ହୋଇଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ବନ୍ୟା ପାଣି । ବନ୍ୟାରେ ଅନେକ ଗାଁ ସମସ୍ୟା ଘେରରେ । ଲଗାଣ ବର୍ଷା ଓ ପରେ ବନ୍ୟା ଯୋଗୁ ଘରେ ପଶିଛି ପାଣି । ବନ୍ୟାରେ ବାସୁଦେବପୁର ପୌରପାଳିକା ନରସିଂହପୁର ପଂଚାୟତ କଲସିଆ ଗାଁର ପ୍ରାୟ ୧୫ରୁ ଅଧିକ ପରିବାର ବର୍ତ୍ତମାନ ଭୋକ ଉପାସରେ ଦିନ କାଟୁଛନ୍ତି । ସ୍ଥାନୀୟ ଲୋକମାନେ ପ୍ରଶାସନ ପକ୍ଷରୁ ଶୀଘ୍ର ରିଲିଫ ଓ ଉଦ୍ଧାର ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। ବନ୍ୟା ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଥିବା ବେଳେ ପ୍ରଭାବିତ ଅଞ୍ଚଳକୁ ଆବଶ୍ୟକ ସହାୟତା ପହଞ୍ଚାଇବା ପାଇଁ ପଦକ୍ଷେପ ନିଆଯାଉଛି ।

ତେବେ ବନ୍ୟା ପାଣି ନକମିବା ପର୍ଯ୍ୟନ୍ତ ସାଧାରଣ ଜନଜୀବନ ସ୍ୱାଭାବିକ ହେବା କଷ୍ଟସାଧ୍ୟ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ବିଶେଷ କରି ବାସୁଦେବପୁର ପୌରପାଳିକା ଅନ୍ତର୍ଗତ ନରସିଂହପୁର ପଞ୍ଚାୟତର କଲସିଆ ଗାଁର ପରିସ୍ଥିତି ଅତ୍ୟନ୍ତ ସଙ୍କଟଜନକ । ଘରେ ଚୁଲି ଜଳୁନଥିବା ବେଳେ ଖାଦ୍ୟ, ପିଇବା ପାଣି ଓ ଆବଶ୍ୟକ ସାମଗ୍ରୀର ଘୋର ଅଭାବ ଦେଖାଦେଇଛି । ଅନେକ ପରିବାର ଭୋକ ଉପାସରେ ରହିଥିବା ଅଭିଯୋଗ କରିଛନ୍ତି। ରାସ୍ତାଘାଟ ପାଣିରେ ବୁଡ଼ି ଯାଇଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି ଏବଂ ରିଲିଫ ସାମଗ୍ରୀ ପହଞ୍ଚିବାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି ।