ଇତିହାସ ରଚିଲେ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ । ଚଳିତ ଜାପାନ ଓପନ ସୁପର ୭୫୦ ବ୍ୟାଡ଼ମିଣ୍ଟନରେ ଭାରତର ପିଭି ସିନ୍ଧୁ ବିଜୟ ଜାରି ରଖି ଫାଇନାଲ୍ରେ ବାଜି ମାରି ନେଇଛନ୍ତି । ପ୍ରଥମ ଥର ପାଇଁ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଜିତିଥିବା ପ୍ରଥମ ମହିଳା ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ହେଉଛନ୍ତି ପିଭି ସିନ୍ଧୁ । ଜାପାନର ଆକାନେ ୟାମାଗୁଚିଙ୍କୁ ହରାଇ ପ୍ରଥମ ଭାରତୀୟ ଭାବେ ଜାପାନ ଓପନ୍ ଟାଇଟଲ୍ ଜିତି ଇତିହାସ ରଚିଛନ୍ତି । ଫାଇନାଲ ମୁକାବିଲାରେ ଆୟୋଜକ ଜାପାନର ଆକାନେ ୟାମାଗୁଚିଙ୍କୁ ୨୧-୧୭, ୨୧-୧୭ ସିଧାସଳଖ ଗେମରେ ପରାସ୍ତ କରି ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟରେ ଚାମ୍ପଅନ୍ ହୋଇଛନ୍ତି ।
ପିଭି ସିନ୍ଧୁ ମହିଳା ସିଙ୍ଗଲ୍ସ ସେମି ଫାଇନାଲରେ ୨୧-୧୯, ୧୫- ୧୦ ଗେମରେ ଆଗୁଆ ରହିଥିବା ବେଳେ ପ୍ରତିପକ୍ଷ ଚୀନ ଖେଳାଳି ଚେନ୍ ୟୁଫେଇ ଆହତ ହୋଇ ଓହରି ଯାଇଥିଲେ । ଫଳରେ ସିନ୍ଧୁଙ୍କୁ ବିଜୟୀ ଘୋଷଣା କରାଯାଇଥିଲା । ଏହି ବିଜୟ ସହ ସେ ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବେ ଜାପାନ ଓପନ ଫାଇନାଲରେ ପ୍ରବେଶ କରିଥିଲେ । ଆଜି ଫାଇନାଲରେ ସେ ଜାପାନର ଆକାନେ ୟାମାଗୁଚିଙ୍କୁ ଭେଟିଥିଲେ । ସିନ୍ଧୁ ଦୀର୍ଘ ୨ବର୍ଷ ପରେ ପ୍ରଥମ ଥର କୌଣସି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ଖେଳି ବିଜୟୀ ହୋଇଛନ୍ତି ସିନ୍ଧୁ।
ଏହା ପିଭି ସିନ୍ଧୁଙ୍କ ପ୍ରଥମ BWF ୭୫୦ ଟାଇଟଲ୍ । ୨୦୨୪ ମସିହାରେ ସୟଦ ମୋଦି ଟୁର୍ଣ୍ଣାମେଣ୍ଟ ଜିତିବା ପରେ ଏହା ବ୍ୟାଡମିଣ୍ଟନ କୋର୍ଟରେ ତାଙ୍କର ପ୍ରଥମ ଟାଇଟଲ୍ । ସେ ଟୋକିଓରେ ଫାଇନାଲ୍ ଜିତି ଜାପାନ ଓପନ୍ ଟାଇଟଲ୍ ଜିତିଛନ୍ତି । ପିଭି ସିନ୍ଧୁଙ୍କ ଶେଷ ଟାଇଟଲ ଡିସେମ୍ବର ୨୦୨୪ରେ ସୟଦ ମୋଦି ଇଣ୍ଟରନ୍ୟାସନାଲରେ ଆସିଥିଲା ।
