Live Tv

Live Tv

ଲଗାଣ ବର୍ଷାରେ ଉବୁଟୁବୁ ଉତ୍ତର ଓଡ଼ିଶା

 SCHOOL CLOSE M

ଭଦ୍ରକ: ଲଗାଣ ବର୍ଷାରେ ଉବୁଟୁବୁ ଉତ୍ତର ଓଡ଼ିଶା । ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ୪ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରେ ସମସ୍ତ ଅଙ୍ଗନବାଡି, ସରକାରୀ ଓ ଘରୋଇ ସ୍କୁଲ ଛୁଟି ରଖାଯାଇଛି । ଭଦ୍ରକର ବିଭିନ୍ନ ଗାଁ ଭିତରେ ପଶିଛି ବନ୍ୟା ପାଣି। ଘର ଭିତରେ ପାଣି ଜମିରହିବାରୁ ଅନେକଙ୍କ ଘରେ ରୋଷେଇ ବନ୍ଦ । ବାରୋ ପଞ୍ଚାୟତ ର ବଳିୟାରପୁର ଗାଁ ଜଳ ବନ୍ଦୀ ହୋଇ ପଡିଛି । ଲୋକଙ୍କୁ ଉଚ୍ଚା ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ହଦଗଡ଼ ଡ୍ୟାମରୁ ପାଣି ଛଡା ଯିବା ପରେ ସାଳନ୍ଦୀ ଓ ନାଳିଆ ନଦୀରେ ଆସିଛି ବନ୍ୟା । ଫଳରେ ତିହିଡି ବ୍ଲକର ବାରୋ, ବିଲଣା, କୁବେରା, କାଁ ପଡା, ତଳ ଗୋପବିନ୍ଧା ଆଦି ପଞ୍ଚାୟତର ଶହ ଶହ ହେକ୍ଟର ଚାଷ ଜମିରେ ପାଣି ପଶିଛି । ଆଡି ବନ୍ଧ ଦୁର୍ବଳ ଥିବାରୁ ବନ୍ଧ ଭାଙ୍ଗିବାର ଆଶଙ୍କା ଦେଖା ଯାଇଛି । ଫଳରେ ନଦୀ କୁଳିଆ ଲୋକ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି ।