Live Tv

Live Tv

ଲର୍ଡ୍ସରେ ହାତରେ କଳାପଟି ପିନ୍ଧି ଖେଳୁଛି ଟିମ୍ ଇଣ୍ଡିଆ, ଜାଣନ୍ତୁ କାହିଁକି

 Team

ଲଡର୍ସ କ୍ରିକେଟ ଗ୍ରାଉଣ୍ଡରେ ଭାରତ-ଇଂଲଣ୍ଡ ମଧ୍ୟରେ ୩ୟ ଦିନିକିଆ ମ୍ୟାଚ୍ ଖେଳଚାଲିଛି । ଏହି ମ୍ୟାଚ୍ ଉଭୟ ଟିମ୍ ପାଇଁ କର ବା ମର ସ୍ଥିତିରେ ରହିଛି । ଦୁଇଟି ଯାକ ଟିମ୍ ଗୋଟିଏ ଗୋଟିଏ ମ୍ୟାଚ୍ ଜିତିସାରିଛି । ୩ୟ ତଥା ଶେଷ ଦିନିକିଆରେ ଭାରତୀୟ ଟିମ୍ ହାତରେ କଳାପିଟି ପିନ୍ଧି ଖେଳୁଛି ।

ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ୩ୟ ଦିନିକିଆ ମ୍ୟାଚ ଖେଳଯାଉଛି । ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ । ଏହି ମ୍ୟାଚରେ ହାତରେ କଳାପଟି ପିନ୍ଧି ଖେଳୁଛନ୍ତି ଭାରତୀୟ ଖେଳାଳି । ୱେଷ୍ଟଇଣ୍ଡିଜର ମହାନ କ୍ରିକେଟର ସାର୍ ଗ୍ୟାରୀ ସୋବର୍ସଙ୍କ ନିଧନରେ ଶ୍ରଦ୍ଧାଞ୍ଜଳି ଜଣାଇ ଦୁଇଟି ଯାକ ଟିମର ଖେଳାଳି କଳାପଟି ବାନ୍ଧି ଖେଳୁଛନ୍ତି । ଦୁଇଟି ଯାକ ଟିମ୍ ଖେଳ ଆରମ୍ଭ ପୂର୍ବରୁ ଖେଳାଳିମାନେ ୧ ମିନିଟ ନୀରବ ପ୍ରାର୍ଥନା ମଧ୍ୟ କରିଥିଲେ ।

ଜୁଲାଇ ୧୭ରେ ୱେଷ୍ଟଇଣ୍ଡିଜର ମହାନ କ୍ରିକେଟର ସାର୍ ଗ୍ୟାରୀ ସୋବର୍ସ ୮୯ ବର୍ଷ ବୟସରେ ପରଲୋକ ହୋଇଛି । ତାଙ୍କ ସମ୍ମାନରେ ଲଡର୍ସ ଖେଳାଯାଇଥିବା ମ୍ୟାଚରେ ଉଭୟ ଟିମର ଖେଳାଳି କଳାପଟି ବାନ୍ଧି ଖେଳୁଛନ୍ତି । ବିସିସିଆଇ ସୋସିଆଲ ମିଡିଆ ପେଜରେ ଏକ ପୋଷ୍ଟ ସେୟାର କରିଛି, ଯେଉଁଥିରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ ମହାନ ଖେଳାଳିଙ୍କ ଶ୍ରଦ୍ଧାଞ୍ଜଳି ଦେଇ ମଇଦାନକୁ ଓହ୍ଲାଇଛି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଇଂଲଣ୍ଡ । ଖବର ଲେଖା ହେବା ବେଳକୁ ଇଂଲଣ୍ଡ ୨୧ ଓଭରରେ ବିନା କୌଣସି ୱିକେଟ ହରାଇ ୧୨୯ ରନ କରିଛି । ଟିମ୍ ଇଣ୍ଡିଆରେ ପ୍ଲେଇଂ ଏକାଦଶରୁ ବାଦ୍ ପଡିଛନ୍ତି ବୁମରା । କୌଣସି କାରଣ ଯୋଗୁଁ ସେ ଏହି ମ୍ୟାଚରେ ଖେଳୁନାହାନ୍ତି ।