Live Tv

Live Tv

ବନ୍ୟା ଆଁରେ ସମଗ୍ର ଯାଜପୁର ଜିଲ୍ଲା, ବୁଡ଼ିଲା ଗୋକର୍ଣ୍ଣେଶ୍ଵର ମନ୍ଦିର

 jajpur m

ଯାଜପୁର : ବନ୍ୟା ଆଁରେ ସମଗ୍ର ଯାଜପୁର ଜିଲ୍ଲା । ବୈତରଣୀ, ବ୍ରାହ୍ମଣୀ ଓ ଖରସ୍ରୋତାରେ ବିପଦ ସଂକେତ ଉପରେ ଜଳସ୍ତର। ଯାଜପୁରରେ ବୈତରଣୀ ନଦୀରେ ଜଳସ୍ତର ହ୍ରାସ ପାଇଥିଲେ ମଧ୍ୟ ଏବେବି ବିପଦ ଟଳିନୀ । ବୈତରଣୀ ପରେ ବ୍ରାହ୍ମଣୀ ନଦୀରେ ବନ୍ୟା । ବୁଡ଼ିଲା ଗୋକର୍ଣ୍ଣେଶ୍ଵର ମନ୍ଦିର । ଯାଜପୁର ଜିଲ୍ଲା ଜେନାପୁର ଠାରେ ବିପଦ ସଂକେତ ଉପରେ ବନ୍ୟା ଜଳ ପ୍ରବାହିତ । ବିପଦ ସଂକେତ ୬୭ ଫୁଟ ଥିବାବେଳେ ଏବେ ୧ ଫୁଟ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଜିଲ୍ଲାର ବରୀ, ଧର୍ମଶାଳା ଓ ରସୁଲପୁର ବ୍ଲକ ବିଶେଷ ଭାବେ ପ୍ରଭାବିତ ହୋଇଛି । ଏପଟେ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ଧର୍ମଶାଳାର ବାବା ଗୋକର୍ଣ୍ଣେଶ୍ଵର ମନ୍ଦିରରେ ପଶିଲା ବନ୍ୟାଜଳ । ବନ୍ୟା ଜଳରେ ମନ୍ଦିର ବେଢା ସମ୍ପୂର୍ଣ୍ଣ ବୁଡ଼ିଯିବା ସହ ମନ୍ଦିର ଜଳମଗ୍ନ ଅବସ୍ଥାରେ । ବିଭିନ୍ନ ଗାଁରେ ବନ୍ୟା ଜଳ ପ୍ରବେଶ କରିଥିବା ବେଳେ ହେକ୍ଟର ହେକ୍ଟର ଚାଷ ଜମି ଜଲମଗ୍ନ ହୋଇପଡ଼ିଛି ।

ସେପଟେ ମା ଭଟ୍ଟାରିକାଙ୍କ ପୀଠରେ ଚଳିତ ବର୍ଷର ଦ୍ୱିତୀୟ ଥର ପାଇଁ ବନ୍ୟା ଜଳ ମା’ଙ୍କ ବେଢା ଛୁଇଁଛି। କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିର ଛୁଇଁଲା ମହାନଦୀ ବନ୍ୟାଜଳ। ମନ୍ଦିର ଭିତରେ ୬ ଫୁଟର ପାଣି ପ୍ରବାହିତ ହେଉଛି। ପାଣି ପଶିବା ପରେ ମାଆଙ୍କୁ ଅସ୍ଥାୟୀ ଆଶ୍ରୟ ସ୍ଥଳକୁ ନିଆଯାଇଛି। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିବାରୁ ଗେଟ୍ ଖୋଲାଯାଇଛି । ଦୁଇ ଦିନର ଲଗାଣ ବର୍ଷା ଯୋଗୁ ମନ୍ଦିର ବେଢ଼ାରେ ବନ୍ୟାଜଳ ପ୍ରବେଶ କରିଛି।