ଆଲୋକ ସାହୁ ନାମକ ଜଣେ ବ୍ୟକ୍ତି ଘର ଆଗରୁ ବାଇକ ଚୋରି କରିନେଇଛି ଦୁର୍ବୃତ୍ତ । ବୁଧବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଗାଡ଼ିର ହାଣ୍ଡେଲ ଭାଙ୍ଗି ଚୋରୀ କରିନେଇଛି । ଚୋରୀ ବେଳର ସମସ୍ତ ଚିତ୍ର ସିସିଟିଭିରେ କଏଦ ହୋଇଛି । ସବୁଠୁ ବଡ଼ କଥା ହେଲା ଦୁର୍ବୃତ୍ତ ବାଇକ ଚୋରୀ କରୁଥିବା ବେଳେ ପୋଲିସ ପାଟ୍ରୋଲିଂ କରୁଥିଲେ ମଧ୍ୟ ପୋଲିସକୁ ଦେଖି ମୋବାଇଲ୍ ରେ କଥା ହେବା ବାହାନା କରୁଛନ୍ତି ।
ପୋଲିସ ଗଲା ପରେ ଚୋରି କରି ଛୁ ମାରୁଛନ୍ତି । ଏନେଇ ଆଲୋକ ସହିଦନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ସିସିଟିଭି ଆଧାରରେ ତଦନ୍ତ କରୁଛି। ତେଣୁ ସତର୍କ ରୁହନ୍ତୁ । ଅନ୍ତତଃ ଦୁଇଟି ତାଲା ପକାନ୍ତୁ ନଚେତ୍ ଡିଜିଟାଲ ଲକ୍ ବା ଜିପିଏସ ଟ୍ରାକର ନଜରରେ ରଖନ୍ତୁ ବୋଲି ପୋଲିସ କହିଛି ।