Live Tv

Live Tv

ଚାଉଳ ବଣ୍ଟନରେ ବିଳମ୍ବ: ଆର୍‌ ନୂଆଗାଁ ଗ୍ରାମପଞ୍ଚାୟତରେ ହିତାଧିକାରୀଙ୍କ ଅସନ୍ତୋଷ

 ଖଜୁରୀପଡ଼ା:ଚାଉଳ ବଣ୍ଟନରେ ବିଳମ୍ବ ହେତୁ ଖଜୁରୀପଡ଼ା ବ୍ଲକ ଆର୍‌ ନୂଆଗାଁ ଗ୍ରାମପଞ୍ଚାୟତ ଚାଉଳ ବଣ୍ଟନ କେନ୍ଦ୍ରରେ ହିତାଧିକାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଅଭିଯୋଗ ଅନୁଯାୟୀ, ଚାଉଳ ପାଇବା ପାଇଁ ଅନେକ ମହିଳା ସକାଳ ୭ଟାରୁ ବଣ୍ଟନ କେନ୍ଦ୍ରରେ ଆସି ଅପେକ୍ଷା କରିଥିଲେ। କିନ୍ତୁ ଚାଉଳ ବଣ୍ଟନ କର୍ମଚାରୀମାନେ ପ୍ରାୟ ୧୧ଟା ୧୫ ମିନିଟ୍‌ରେ ଆସିଥିବା ଅଭିଯୋଗ ହୋଇଛି।ପରେ ଦିନ ପ୍ରାୟ ୧୨ଟା ୩୦ ମିନିଟ୍‌ ପରେ ଖାଇବାକୁ ଯାଉଛୁ ବୋଲି କହି କର୍ମଚାରୀମାନେ ଯାଇଥିବା ଏବଂ ଅପରାହ୍ନ ୩ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଫେରି ନଥିବା ନେଇ ହିତାଧିକାରୀମାନେ ଅଭିଯୋଗ କରିଛନ୍ତି।ଦୀର୍ଘ ସମୟ ଧରି ଚାଉଳ ପାଇଁ ଅପେକ୍ଷା କରିବାକୁ ପଡ଼ୁଥିବାରୁ ବିଶେଷକରି ମହିଳାମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଚାଉଳ ବଣ୍ଟନ ବ୍ୟବସ୍ଥାକୁ ସୁଚାରୁ ଓ ସମୟାନୁବର୍ତ୍ତୀ କରିବା ସହ ହିତାଧିକାରୀଙ୍କୁ ଅଯଥା ଅପେକ୍ଷା ନକରାଇବା ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି।