ଫୁଲବାଣୀ:ପ୍ରଥମେ ସୁଯୋଗ ଉଣ୍ଡି ମୋବାଇଲ ଚୋରି କରନ୍ତି l ତା ପରେ ୟୁ ପି ଆଇ ସହ ଲିଙ୍କ ଥିବା ବ୍ୟାଙ୍କ୍ ଏକାଉଣ୍ଟ୍ ରୁ ଟଂକା ଲୁଟ୍ କରୁଥିଲେ l ଏହି ମାମଲାରେ ଗଞ୍ଜାମ ଜିଲ୍ଲାର ପାଣ୍ଡିଆ ପଥର ଗ୍ରାମର ଏ.କାଶୀ ନାମକ ଜଣେ ଯୁବକ କୁ ଗିରଫ କରିଛି ଫିରିଙ୍ଗିଆ ପୋଲିସ୍ ଗିରଫ କରିଛି l ଏହି ମାମଲାରେ ସେହି ଅଞ୍ଚଳ ର ଜଣେ ନାବାଳକ କୁ ମଧ୍ୟ ପୋଲିସ୍ ଅଟକ ରଖିଛି l
ପୋଲିସ ସେମାନଙ୍କ ନିକଟରୁ ନଗଦ ୪୦ହଜାର ଟଂକା ଓ ମୋବାଇଲ ଫୋନ ଜବତ କରିଥିବା କନ୍ଧମାଳ ପୋଲିସ ଏସପି ରମେନ୍ଦ୍ର ପ୍ରସାଦ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ଏସ ପି ରମେନ୍ଦ୍ର ପ୍ରସାଦ କହିଥିଲେ ଯେ, ମଙ୍ଗଳ ହାଟରେ ଫିରିଙ୍ଗିଆ ର ଲକ୍ଷଣ ସାସ ମଲ ପରିବା କିଣୁଥିବା ବେଳେ ତାଙ୍କ ମୋବାଇଲ ଫୋନ୍ ଚୋରି ହୋଇଯାଇଥିଲା l ପରେ ତାଙ୍କ ଏକାଉଣ୍ଟ୍ ରୁ ଏକ ଲକ୍ଷ ୩୫ହଜାର ଟଂକା ଉଠା ଯାଇଥିବା ଜାଣିବାକୁ ପାଇଥିଲେ ସେ l ଏ ନେଇ ସାସ୍ ମଲ ଫିରିଙ୍ଗିଆ ଥାନାରେ ଅଭିଯୋଗ କରିଥିଲେ l ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା l ଥାନା ଅଧିକାରୀ ମୁରଲୀ ଧର ସାହୁ ଙ୍କ ନେତୃତ୍ୱ ରେ ଏକ ଟିମ୍ ଫିରିଙ୍ଗିଆ ଅଞ୍ଚଳ ର ସି ସି ଟିଭି ଯାଞ୍ଚ କରିଥିଲେ l ପରେ ମୋବାଇଲ ଟ୍ରାକ କରି ଅଭିଯୁକ୍ତ ଙ୍କ ନିକଟରେ ପହଞ୍ଚିଥି ଲେ l ଏସପି ଙ୍କ ସୁଚନା ପ୍ରକାରେ ନାବାଳକ ଜଣ କ ବିଭିନ୍ନ ଅଞ୍ଚଳକୁ ଯାଇ ମୋବାଇଲ ଫୋନ ଚୋରି କରି ଥାଏ l ତା ପରେ ପାସ ୱାର୍ଡ ଖୋଲି ୟୁପିଆଇ ହ୍ୟାକ କରି ଟଙ୍କା ଉଠାଣ କରିଥାଏ l ଏହି ଗ୍ୟାଙ୍ଗ ବିଶେଷ କରି ବୟସ୍କ ଲୋକଙ୍କୁ ଟାର୍ଗେଟ କରୁଥିଲା l ଟିକାବାଲି ଓ ବୌଦ୍ଧ ଅଞ୍ଚଳ ର ଗ୍ରାହକ ସେବା କେନ୍ଦ୍ର ରୁ ଟଂକା ଉଠାଯାଇଥିବା ଜଣା ପଡ଼ିଛି l ଏହି ଗ୍ୟାଙ୍ଗ ସଦସ୍ୟ ମାନେ ବରଗଡ଼, ବୌଦ୍ଧ, ବଲାଙ୍ଗୀର, ସୋନପୁର ସମେତ ବିଭିନ୍ନ ଜିଲ୍ଲାରେ ଏଭଳି ଅପରାଧ ଘଟାଇଥିବା ଜଣାପଡିଛି l ଅଭିଯୁକ୍ତ କାଶୀ ନାମରେ ପୁର୍ବରୁ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରାସାଦ, ଓ ବୌଦ୍ଧ ଜିଲ୍ଲା ର ମନ ମୁଣ୍ଡା ଥାନା ଅଞ୍ଚଳ ରେ ମାମଲା ଥିବା ଜଣାପଡିଛି l ଏହି ଗ୍ୟାଙ୍ଗ ରେ ସାମିଲ ଥିବା ଅନ୍ୟ ସଦସ୍ୟ ମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ l ଏସପି ରମେନ୍ଦ୍ରପ୍ରସାଦ ଙ୍କ ନିଷ୍ଠା ପର ଉଦ୍ୟମ ଆନ୍ତରିକତା କାର୍ଯ୍ୟ ଦକ୍ଷତା ଓ ସଚୋ ଟ ତା ଯୋଗୁଁ ଜିଲ୍ଲାରେ ଅପରାଧ ହାର କମି ବାରେ ଲାଗିଛି l
