Live Tv

Live Tv

ବିଜେଡି ନେତା ରଦନ ମଲିକ ଙ୍କ ପରଲୋକ

 ଫୁଲବାଣୀ:କଂଧମାଳ ଜିଲ୍ଲା ର ବରିଷ୍ଠ ବିଜେଡି ନେତା ତଥା ଏସ ଡି ସି ଅଧ୍ୟକ୍ଷ ରଦନ ମଲିକ ଙ୍କ ରବିବାର ସକାଳେ ପରଲୋକ ହୋଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ହୋଇଥଲା l ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ l


ରଦନ ଜଣେ ଜଣାଶୁଣା ସମାଜ ସେବୀ, ଆଦିବାସୀ ନେତା ଥିଲେ l ଏସ ଡି ସି ଅଧ୍ୟକ୍ଷ ଥିବା ବେଳେ ସେ ଜିଲ୍ଲାର ଆଦିବାସୀଙ୍କ ପାଇଁ ଅନେକ କିଛି ଉନ୍ନୟନ ମୂଳକ କାର୍ଯ୍ୟ କରି ଲୋକଙ୍କ ପ୍ରଶଂସା ସାଉଁଟି ଥିଲେ l ତାଙ୍କର ମୃତ୍ୟୁରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, ପୁର୍ବତନ ଆଇ ଟି ଡ଼ିଏ କର୍ମଚାରୀ /ସମାଜସେବୀ ବଦ୍ୟ ନାଥ ଖଟୁଆ, ପୁର୍ବତନ ମନ୍ତ୍ରୀ ତଥା ଜିଲ୍ଲା ସଭାପତି ପଦ୍ମ ନାଭ ବେହେରା, ପୁର୍ବତନ ବିଧାୟକ ଅଙ୍ଗଦ କହଁର, ଦୁଗୁନି କହଁର, ସାମ୍ବାଦିକ ସନ୍ତୋଷ ଦିଗାଲ, ବରିଷ୍ଠ ସାମ୍ବାଦିକ ଡ ଅରୁପ ଜେନା, ରାଧା ମୋହନ ମହାପାତ୍ର ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ l