Live Tv

Live Tv

୯ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା, ଆଜି ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

 ଭୁବନେଶ୍ୱର : ପୁଣି ବଢ଼ିବ ବର୍ଷା । ୯ ତାରିଖ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା । ବିଜୁଳି ଘଡଘଡ଼ି ସହ ବର୍ଷା ପାଇଁ ଆଜି ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେଥିରୁ ୮ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏହା ପରେ ୬ ତାରିଖଠୁ ବଢ଼ିବ ବର୍ଷା ବିସ୍ତୃତି । ୬ ଏବଂ ୭ ତାରିଖରେ ପୁରା ରାଜ୍ୟକୁ ବର୍ଷା ଚେତାବନୀ ରହିଛି । ବିଜୁଳି ଘଡଘଡ଼ି ସହ ବର୍ଷା ପାଇଁ ସାରା ରାଜ୍ୟକୁ ୱେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୬ ତାରିଖରେ ୧୨ ଜିଲ୍ଲା ଏବଂ ୭ ତାରିଖରେ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଗକୁ ସପ୍ତାହ ଯାଏ ପ୍ରବଳ ବର୍ଷା ଥିବାରୁ ସବୁ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗକୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) ।


୭ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି । ୮ ଓ ୯ ତାରିଖ ବେଳକୁ ପ୍ରବଳ ବର୍ଷା ଆଶଙ୍କା ଅଛି । ୩ରୁ ୮ ତାରିଖ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ରହିବ । ମୌସୁମୀ ସକ୍ରିୟ ଥିବାରୁ ଏହା ପ୍ରଭାବରେ ବର୍ଷା ହେବ । ମଙ୍ଗଳବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟରେ ପ୍ରବଳ ବର୍ଷା ହୋଇପାରେ । ୫ରୁ ୮ ତାରିଖ ଯାଏ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭାରି ବର୍ଷା ଆଶଙ୍କା ଅଛି ।