ଭୁବନେଶ୍ୱର : କୁକୁର ମାଲିକଙ୍କୁ ମେୟରଙ୍କ ଚେତାବନୀ । ଘରେ ବାଘ ରଖ କି, ଭାଲୁ ଏଥିରେ ଆମର ଆପତ୍ତି ନାହିଁ । କିନ୍ତୁ ଯଦି କାହାର ଅସୁବିଧା ହୁଏ ତେବେ ଆଇନ ଅନୁଯାୟୀ ଆକ୍ସନ ହେବ । ପୋଷା କୁକୁର ଯେଉଁମାନେ ରଖୁଛନ୍ତି ସେମାନଙ୍କ ସଉକ ପାଇଁ ସେମାନେ ନିଜ ଦାୟିତ୍ୱରେ ରଖନ୍ତୁ । କୁକୁର ରଖିବା ଅର୍ଥ ନୁହେଁ ଯେ ବାହାରେ ମଳ ତ୍ୟାଗ କରାଇବା, BMC ର ସୌନ୍ଦର୍ଯ୍ୟ କରଣକୁ ନଷ୍ଟ କରାଇବା । ନିଜ ଦାୟିତ୍ବରେ ନରଖିବାରୁ ଅନ୍ୟଙ୍କୁ ଆକ୍ରମଣ କରୁଛି । ଲିଫ୍ଟରେ ନେଇ ଯିବା ଦ୍ୱାରା ଅନ୍ୟ ଲୋକ ହଇରାଣ ହେଉଛନ୍ତି। ଏଭଳି କାର୍ଯ୍ୟରୁ କୁକୁର ମାଲିକ ନିବୃତ୍ତ ରହିବାକୁ କହିଛନ୍ତି ବିଏମସି ମେୟର ସୁଲୋଚନା ଦାସ ।
