Live Tv

Live Tv

କଲେଜରେ ମାଡ଼ ମାରିବା ସହ ଅପହରଣ ଘଟଣା, ୩ ଦିନର କସରତ ପରେ ଛାତ୍ରଙ୍କୁ ଉଦ୍ଧାର କଲା ପୋଲିସ

 student v

ରାଜନଗର : ୩ ଦିନର କସରତ ପରେ ଛାତ୍ରଙ୍କୁ ଉଦ୍ଧାର କଲା ପୋଲିସ । ପଟ୍ଟାମୁଣ୍ଡାଇ କଲେଜ ଛାତ୍ରକୁ ମାଡ଼ ମାରିବା ସହ ସହ ଅପହରଣ ଘଟଣାରେ ଛାତ୍ରଙ୍କୁ ଉଦ୍ଧାର କରିଛି ପୋଲିସ । ଘଟଣାରେ ୩ ଜଣଙ୍କୁ ଅଟକରଖି ମାରାଥନ ଜେରା କରୁଛି ପୋଲିସ । ଭାଇରାଲ ଭିଡିଓ ନେଇ ଅଧିକ ତଦନ୍ତ କରୁଛି ପୋଲିସ । ଭିଡିଓରେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ଗୋଡ଼ ତଳେ ପକାଇ ଭୁଲ ମଗାଉଥିଲେ । ମାଡ଼ ମାରୁଥିବା ୩ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୋଲିସ ।

ଗତ ୩ ତାରିଖରେ କଲେଜ ଛାତ୍ରଙ୍କୁ କିଛି ଯୁବକ ନିସ୍ତୁକ ମାଡ଼ ମାରିବା ସହିତ ଗୋଡ଼ ତଳେ ପକାଇ ଭୁଲ ମଗାଇବା ସହ ବାପାଙ୍କୁ ଡାକିବା ପାଇଁ ବାଧ୍ୟ କରୁଥିଲେ । ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଵା ପରେ ପରିବାର ଲୋକ ଜାଣି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ରେ ଅଭିଯୋଗ କରିଥିଲେ । ଛାତ୍ରଙ୍କ ଘର ରାଜନଗର ବ୍ଲକ ପଶ୍ଚିମଭେଡା ଗାଁରେ ହୋଇଥିବା ବେଳେ ସେ ମାମୁ ଘର ଗୋବିନ୍ଦିପୁରରେ ରହି ୟୁ କେ ମହାବୀର କଲେଜ ମଦନପୁରରେ ପାଠ ପଢୁଥିଲେ ।