Live Tv

Live Tv

ବର୍ଷାରେ ପାଣି ତଳେ ପୋଖରୀ ପାହାଚ କାମ: କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ

 ଖଜୁରୀପଡ଼ା:କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ସଦର ମହକୁମାସ୍ଥିତ ଅମୃତ ସରୋବରରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପୋଖରୀ ନିର୍ମାଣ କାମ ଚାଲିଥିବାବେଳେ, ବର୍ଷା ଋତୁରେ ତାର ପାହାଚ କାର୍ଯ୍ୟ କରାଯାଉଥିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୋଗ ଅନୁଯାୟୀ, ଗ୍ରୀଷ୍ମ ଋତୁରେ ପୋଖରୀରେ ପାଣି କମ୍ ଥିବା ସମୟରେ କାମ ନ କରି ବର୍ତ୍ତମାନ ବର୍ଷା ଦିନରେ ପାହାଚ ନିର୍ମାଣ କରାଯାଉଛି।


ଫଳରେ ନିର୍ମିତ ପାହାଚଗୁଡ଼ିକ ପାଣିରେ ବୁଡ଼ି ରହୁଥିବାରୁ କାର୍ଯ୍ୟର ଗୁଣବତ୍ତା ଓ ଉପଯୋଗିତାକୁ ନେଇ ପ୍ରଶ୍ନ ଉଠିଛି।ସ୍ଥାନୀୟ ଲୋକଙ୍କ ମତରେ, ଏଭଳି ପରିସ୍ଥିତିରେ କାମ କରାଯିବା କେତେଦୂର ଯୁକ୍ତିସଙ୍ଗତ ତାହା ତଦନ୍ତ ସାପେକ୍ଷ। କେବଳ କାମ ସମ୍ପୂର୍ଣ୍ଣ ଦେଖାଇ ବିଲ୍ ଉଠାଇବା ଉଦ୍ଦେଶ୍ୟରେ ତରବରିଆ ଭାବେ କାର୍ଯ୍ୟ କରାଯାଉଛି କି ନାହିଁ, ସେନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଏହି ଘଟଣାର ସଠିକ୍ ତଦନ୍ତ କରି କାର୍ଯ୍ୟର ଗୁଣବତ୍ତା ଏବଂ ନିୟମାନୁସାରେ କାମ ହୋଇଛି କି ନାହିଁ, ତାହା ଯାଞ୍ଚ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲ ଓ ସ୍ଥାନୀୟ ବାସିନ୍ଦାମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି।