ଖଜୁରୀପଡ଼ା:କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା କେସ୍ ନଂ-୧୬୪, ତାରିଖ ୨୬.୦୮.୨୦୨୬ରେ ଏନ୍ଡିପିଏସ୍ ଆଇନର ଧାରା ୨୦(ବି)(ii)(B)/୨୫ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ବିଶାଖା ବସ୍ରୁ ମୋଟ ୧୦ କେଜି ଅବୈଧ ଗଞ୍ଜେଇ ଜବତ କରାଯାଇଛି।ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ— ସୁକାନ୍ତ କୁମାର ବେହେରା (୩୨), ସ୍ୱର୍ଗତ ପ୍ରଫୁଲ୍ଲ ବେହେରାଙ୍କ ପୁଅ ଏବଂ ଦେବକୀ ଦିଗାଲ (୩୦), ସୁକାନ୍ତ ବେହେରାଙ୍କ ପତ୍ନୀ। ଉଭୟଙ୍କ ଘର କେନ୍ଦୁପଦର ହାଉସିଂ ବୋର୍ଡ କଲୋନୀ, ଫୁଲବାଣୀ, ଥାନା-ଫୁଲବାଣୀ ଟାଉନ୍, ଜିଲ୍ଲା-କନ୍ଧମାଳ ବୋଲି ଜଣାପଡ଼ିଛି।ଅଭିଯୁକ୍ତମାନେ କୌଣସି ଅନୁମତି, ଲାଇସେନ୍ସ କିମ୍ବା ପରମିଟ୍ ବିନା ବ୍ୟବସାୟିକ ଉଦ୍ଦେଶ୍ୟରେ ଗଞ୍ଜେଇ ରଖିଥିବା ଅଭିଯୋଗ ହୋଇଛି। ଏଥିସହ ବସ୍ କଣ୍ଡକ୍ଟର ସୁନନ୍ଦା ବିଶ୍ୱାଳ (୩୨), ସ୍ୱର୍ଗତ ସୁଦର୍ଶନ ବିଶ୍ୱାଳଙ୍କ ପୁଅ, ଗ୍ରାମ-ଦମାହାଣ୍ଡି, ଥାନା-ଦଶପଲ୍ଲା, ଜିଲ୍ଲା-ନୟାଗଡ଼ଙ୍କୁ ମଧ୍ୟ ଗିରଫ କରାଯାଇଛି। ସେ ଗଞ୍ଜେଇ ପରିବହନ ସମ୍ପର୍କରେ ଜାଣିଶୁଣି ବସ୍ରେ ଏହାକୁ ନେବାରେ ସହଯୋଗ କରିଥିବା ଅଭିଯୋଗ ରହିଛି।ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ହେପାଜତରେ ନେଇଛି ଏବଂ ପରବର୍ତ୍ତୀ ସମୟରେ ଅଦାଲତରେ ହାଜର କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।
