ଫୁଲବାଣୀ:ପବିତ୍ର ରକ୍ଷା ବନ୍ଧନ ଅବସରରେ କଂଧମାଳ ଜିଲ୍ଲା ର ବିଭିନ୍ନ ସ୍କୁଲ ଛାତ୍ର ଛାତ୍ରୀ ମାନେ ଏସପି ରମେନ୍ଦ୍ର ପ୍ରସାଦ ଙ୍କୁ କାର୍ଯ୍ୟାଳୟ ରେ ଭେଟି ମିଠା ଖୁଆଇ ରାକ୍ଷୀ ବାନ୍ଧି ଥିଲେ l ଯାହାକି ଏକ ନିଆରା ପରମ୍ପରା ସୃଷ୍ଟି ହୋଇଥିଲା l ସେହିପରି କାର୍ଯ୍ୟାଳୟ ରେ ଉପସ୍ଥିତ ଥିବା ଅତିରିକ୍ତ ଏସ ପି ବିଭୂତି ଭୂଷଣ ମହାପାତ୍ର, ଓ ଅନ୍ୟ ପଦସ୍ତ୍ ପୋଲିସ ଅଫିସର ଙ୍କୁ ମଧ୍ୟ ରାକ୍ଷୀ ବାନ୍ଧି ଏକ ନିଆରା ପରମ୍ପରା ସୃଷ୍ଟି କରିଛି l ଏହାଦ୍ବାରା ପୋଲିସ ଓ ପବ୍ଲିକ ମଧ୍ୟରେ ସୂ ସମ୍ପର୍କ ସୃଷ୍ଟି ହେବା ସହ ପୋଲିସ୍ ପ୍ରତି ବିଶ୍ଵାସ ବୃଦ୍ଧି ପାଇବ ବୋଲି ଏସପି ରମେନ୍ଦ୍ର ପ୍ରସାଦ କହିଛନ୍ତି l
