Live Tv

Live Tv

କଟକରେ ନାବାଳିକା ଅପହରଣ ମାମଲା, ଠାବ ପାଇଁ ଗଠନ ହେଲା ୮ଟି ପୋଲିସ ଟିମ୍‌

 ctc b

କଟକ: କଟକରେ ନାବାଳିକା ଅପହରଣ ମାମଲାକୁ ନେଇ ପୋଲିସର ତନାଘନା ଜାରି ରହିଛି । ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ । ୭ ବର୍ଷର ନାବାଳିକାଙ୍କୁ ଦୁଇ ଦିନ ହେଲା ଖୋଜୁଛି କମିଶନରେଟ୍ ପୋଲିସ । ଦୁଇ ଦିନ ଖୋଜିବା ପରେ ଏବେ ସିସିଟିଭି ଭିଡିଓ ସାମ୍ନାକୁ ଆସିଛି । ନାବାଳିକାଙ୍କୁ ଜଣେ ବୟସ୍କ ବ୍ୟକ୍ତି ଅପହରଣ କରିଥିବା ସଂଦେହ କରାଯାଉଛି । ନାବାଳିକା ଜଣଙ୍କ ତାଙ୍କ ପଛେପଛେ ଯାଉଥିବା ଦେଖିବାକୁ ମଳିଛି । ଗୋଟିଏ ଦୋକାନ ପାଖରେ ମଧ୍ୟ ବ୍ୟକ୍ତି ଜଣଙ୍କ ଅଟକି କିଛି କିଣାକିଣି କରୁଥିବା ଦେଖିବାକୁ ମିଳିଛି । କମିଶନରେଟ୍ ପୋଲିସ, ଜି ଆର୍ ପି ପୋଲିସ ଏବଂ ଆର୍ ପି ଏଫ୍ ପୋଲିସ ମିଳିତ ଭାବରେ ସର୍ଚ୍ଚ ଅପରେସନ କରୁଛନ୍ତି । ମୋଟ ୮ଟି ଟିମ୍ ଗଠନ କରିଛି କମିଶନରେଟ ପୋଲିସ। ଟିମ୍ ଅଲଗା ଅଲଗା ସ୍ଥାନରେ ସନ୍ଧାନ କରୁଛନ୍ତି ବୋଲି କଟକ ଡିସିପି ସୂଚନା ଦେଇଛନ୍ତି ।

ବିଭିନ୍ନ ସ୍ଥାନର ସି ସି ଟିଭି ଫୁଟେଜ ଏବଂ ବୈଷୟିକ ତଥ୍ୟକୁ ଅନୁଧ୍ୟାନ କରାଯାଉଛି। ଜଣେ ବୟସ୍କ ବ୍ୟକ୍ତିଙ୍କ ଫଟୋ ଜାରି କରି ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ପୋଲିସ। ନାବାଳିକାଙ୍କ ସହିତ ତାଙ୍କର କଣ ଲିଙ୍କ୍ ରହିଛି ସେ ନେଇ ମଧ୍ୟ ତଦନ୍ତ କରାଯାଉଛି ବୋଲି କଟକ ଡିସିପି କହିଛନ୍ତି। ଯଦି କୌଣସି ବ୍ୟକ୍ତି ସୂଚନା ପାଆନ୍ତି ତେବେ ସୋସିଆଲ ମିଡିଆରେ ଦିଆଯାଇଥିବା ନମ୍ବର କିମ୍ବା ୧୧୨ କୁ କଲ କରି ଜଣାଇବାକୁ ଅପିଲ କରିଛି କମିଶନରେଟ ପୋଲିସ। ଦୁଇ ଦିନ ତଳେ ବରଗଡ଼ରୁ କଟକ ଆସିଥିବା ଦମ୍ପତିଙ୍କ ଠାରୁ ନିଖୋଜ ହୋଇ ଯାଇଥିଲେ ତାଙ୍କ ନାବାଳିକା ଝିଅ।.