ଫୁଲବାଣୀ:ରବିବାର ଫୁଲବାଣୀ ଠାରେ ସ୍ଵାମୀ ଲକ୍ଷ୍ମଣl ନନ୍ଦ ସରସ୍ଵତୀ ଙ୍କ ୧୮ତମ ବଳିଦାନ ଦିବସ ଅବସରରେ ସ୍ଥାନୀୟ ମlଦି କୁନ୍ଦା ଛକ ଠାରୁଏକ ଶୋଭାଯାତ୍ରା ବାହାରି ମୁଖ୍ୟ ବଜାର ଦେଈ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା l ଏହି ଅବସରରେ ଏକ ସ୍ମାରକ ପତ୍ର ଜିଲାପାଳ ଙ୍କୁ ପ୍ରଦାନ୍ କରଯାଇଥିଲା l ପରେ ହାଇସ୍କୁଲ ଖେଳ ପଡିଆ ଠାରେ ଏକ ସଭାର ଆୟୋ ଜନ କରଯାଇଥିଲା l ଏଥିରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ,ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ଏସ ଡି ସି ଅଧ୍ୟକ୍ଷ ମାନ ଗୋବିନ୍ଦ ପ୍ରଧାନ, ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶି ମାଝୀ ଙ୍କ ସମେତ ଜିଲ୍ଲା ଓ ବାହାରୁ ବହୁ ସାଧୁ ସନ୍ଥ ଯୋଗ ଦେଇ ସ୍ୱାମୀଜୀ ଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ସ୍ମୃତି ଚlରଣ କରିଥିଲେ l ସ୍ୱାମୀଜୀ ଙ୍କ ନୀତି ଆଦର୍ଶ ଓ ତ୍ୟାଗ ର ମହିମା କୁ ସମସ୍ତ ଙ୍କ ନିକଟରେ ପହଞ୍ଚାଇବା ଆମ ସମସ୍ତ ଙ୍କ ଦାୟିତ୍ବ ବୋଲି ଅଟିଥି ମlନେ ମତ ପ୍ରକାଶ କରିଥିଲେ l ଏହି ଅବସରରେ ଜିଲ୍ଲାର ପ୍ରାୟ ଦଶ ହଜାର ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ, ଜନସାଧାରଣ, ଶିଷ୍ୟ, ଯୋଗ ଦେଇଥିଲେ l ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ବିଭିନ୍ନ ଛକ ଓ ସମ୍ବେଦନ ଶିଳ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।
