ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଗଲ୍ ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ଭାରତ ୧୬୫ ରନରେ ଜିତିଛି । ଏହି ବିଜୟରେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ଦେବଦତ୍ତ ପାଡିକ୍କଲଙ୍କ ମୁଖ୍ୟ ଭୂମିକା ରହିଥିଲା । ପାଡିକ୍କଲ ପ୍ରଥମ ଇନିଂସରେ ୧୬୭ ରନ୍ ଖେଳିଥିଲେ । ଦ୍ବିତୀୟ ପାଳିରେ ୪୪ ରନ୍ କରିଥିଲେ । ଏହି ଦମଦାର ପ୍ରଦର୍ଶନ ପାଇଁ ଦେବଦତ୍ତ ପାଡ୍ଡିକଲଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ୍ ଆୱାର୍ଡ ମିଳିଛି।
ପ୍ଲେୟର ଅଫ ଦ ମ୍ୟାଚର ଆଓ୍ବାର୍ଡ଼ ଉଭୟ ପାଳିକୁ ମିଶାଇ ୨୦୦ରୁ ଅଧିକ ରନ୍ କରିଥିବା ଦେବଦତ୍ତ ପଡ଼ିକଲ୍ଲଙ୍କୁ ଦିଆଯାଇଛି । ପ୍ରଥମ ଇନିଂସରେ ୧୫ଚୌକା ଏବଂ ୧ ଛକା ବଳରେ ୧୬୭ ରନ୍ କରିଥିଲେ । ଦ୍ବିତୀୟ ଇନିଂସରେ ୬ ଚୌକା ସାହାଯ୍ୟରେ ୪୪ରନ୍ ସ୍କୋର କରିଥିଲେ। ଦେବଦତ୍ତଙ୍କୁ ୧ଲକ୍ଷ ୯୨ ହଜାର ଟଙ୍କା ପୁରସ୍କାର ରାଶି ମିଳିଛି ।
ତେବେ ମାନବ ସୁଥାର ୧୦ଟି ୱିକେଟ ନେଇଥିବା ବେଳେ ତାଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ୍ ଆୱାର୍ଡ ମିଳିନଥିବାରୁ ଫ୍ୟାନ୍ସ ନିରାଶ ହୋଇଛନ୍ତି ।
ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଦେବଦତ୍ତ ପାଡିକଲଙ୍କ ଜବରଦସ୍ତ ଶତକ ସହ କେଏଲ ରାହୁଲ ଏବଂ ରିଷଭ ପନ୍ତଙ୍କ ଇନିଂସ ବଳରେ ଦଳ ପ୍ରଥମ ଇନିଂସରେ ୪୬୨ ରନର ବିଶାଳ ସ୍କୋର କରିଥିଲା । ଜବାବରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୨୮୪ ରନରେ ଅଲଆଉଟ୍ ହୋଇଯାଇଥିଲା । ଶ୍ରୀଲଙ୍କା ପକ୍ଷରୁ ସୋନାଲ ଦିନୁଶା ଶତକୀୟ ପାଳି ଖେଳିଥିଲେ । ଭାରତୀୟ ବୋଲର ମାନବ ସୁତାର ୪ଟି ଏବଂ ରବୀନ୍ଦ୍ର ଜାଡେଜା ୩ ଓ୍ୱିକେଟ୍ ନେଇଥିଲେ ।
ଦ୍ୱିତୀୟ ଇନିଂସରେ ଭାରତୀୟ ବ୍ୟାଟରଙ୍କ ପ୍ରଦର୍ଶନ ଖାସ୍ ନଥିଲା । ଦଳ ମାତ୍ର ୧୯୩ ରନ୍ କରିପାରିଥିଲା । ଟିମ୍ ଇଣ୍ଡିଆ ଖେଳାଳି ରିଷଭ ପନ୍ତ ସର୍ବାଧିକ ୬୬ ରନ୍ କରିଥିଲେ । ଏହାସହ ଶ୍ରୀଲଙ୍କାକୁ ବିଜୟ ପାଇଁ ୩୭୨ ରନର ଟାର୍ଗେଟ୍ ମିଳିଥିଲା । ଯାହାକୁ ପିଛା କରି ଶ୍ରୀଲଙ୍କା ଟିମ୍ ୨୦୬ ରନ୍ କରିପାରିଥିଲା । ଫଳରେ ଭାରତ ୧୬୫ ରନରେ ବିଜୟ ପାଇଛି । ଶ୍ରୀଲଙ୍କା ପକ୍ଷରୁ ଦ୍ୱିତୀୟ ଇନିଂସରେ ଧନଞ୍ଜୟ ଡି ସିଲଭା ୫୯ ରନ୍ ଏବଂ ଦିନୁଶା ୮୪ ରନ୍ କରିଥିଲେ । ମାନବ ସୁଥାର ୧୦ଟି ୱିକେଟ ନେଇଛନ୍ତି ।
