Live Tv

Live Tv

କୋଚି ଯାଉଥିବା ବିମାନର ଏମରଜେନ୍ସୀ ଗେଟ୍ ଖୋଲିବାକୁ ଚେଷ୍ଟା, ଯାତ୍ରୀ ଗିରଫ

 flight

କୋଚି : କ୍ବାଲାଲମ୍ପପୁର-କୋଚି ବିମାନର ଜରୁରୀକାଳୀନ ଦ୍ବାର ଖୋଲିବାକୁ ଚେଷ୍ଟା କରୁଥିବା ଯାତ୍ରୀଙ୍କୁ ଗିରଫ କରାଯାଇଛି । ଯାତ୍ରୀ ଜଣକ ସାଥି ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ଧମକାଇବା ଅଭିଯୋଗରେ ଗିରଫ ହୋଇଛନ୍ତି । ବ୍ୟକ୍ତି ଜଣକ ଏଗଜିଟ୍ ୱିଣ୍ଡୋ ପ୍ୟାନେଲକୁ କ୍ଷତି ପହଞ୍ଚାଇବା ଅଭିଯୋଗ ରହିଛି । ଗିରଫ ବ୍ୟକ୍ତିଙ୍କ ପରିଚୟ ମିଳିଛି ।

ଖବର ମୁତାବକ, ବୁଧବାର କ୍ବାଲାଲମ୍ପପୁରରୁ କୋଚି ଯାଉଥିବା ବାଟିକ ଏୟାର ବିମାନ OD231 ଯାତ୍ରା ଆରମ୍ଭ କରିଥିଲା । ରାତି ୯.୩୦ ରୁ ୧୧.୦୫ ମଧ୍ୟରେ ବିମାନ ମଝି ଆକାଶରେ ଥିବା ବେଳେ ବ୍ୟକ୍ତି ଜଣକ ଜରୁରୀକାଳୀନ ଗେଟ୍ ଖୋଲିବାକୁ ଚେଷ୍ଟା କରିଥିଲେ । ଯାତ୍ରୀ ଜଣକ ସାଥି ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ଧମକାଇବା ଅଭିଯୋଗରେ ଗିରଫ ହୋଇଛନ୍ତି । ବ୍ୟକ୍ତି ଜଣକ ଏଗଜିଟ୍ ୱିଣ୍ଡୋ ପ୍ୟାନେଲକୁ କ୍ଷତି ପହଞ୍ଚାଇଥିଲେ ।

କ୍ରୁ ସଦସ୍ୟ ବ୍ୟକ୍ତିଙ୍କୁ ରୋକିଥିଲେ, କିନ୍ତୁ ସେ କାହା କଥା ଶୁଣିନଥିଲେ । ବ୍ୟକ୍ତି ଜଣକୁ ଗୁରୁବାର ସକାଳୁ ଗିରଫ କରାଯାଇଛି । ତାଙ୍କ ଉପରେ ଭାରତୀୟ ନ୍ୟାୟ ସଂହିତା ଧାରା ୩୫୧(୩) ଅଧିନକରେ କ୍ରିମିନାଲ ଧମକ, ଏୟାରକ୍ରାଫ୍ଟ ଆକ୍ଟ ଧାରା ୧୧ଏ ଅଧିନରେ ସେଫ୍ଟି କିମ୍ବା ସିକ୍ୟୁରିଟି ନିର୍ଦ୍ଦେଶର ଉଲ୍ଲଙ୍ଘନ ଏବଂ କେରଳ ପୋଲିସ ଆକ୍ଟ ଧାରା ୧୧୮(ଇ) ଅଧିନରେ ମାମଲା ଦାୟର କରାଯାଇଛି । ମାମଲାର ଯାଞ୍ଚ କରାଯାଉଛି ।